ସଭାରେ ଯୋଗ ଦେବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା

ଭୋପାଳ: ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭୋପାଳ ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁର୍‌। ମଙ୍ଗଳବାର ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଜ୍ଞା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି।

ରବିବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ନିଜ ଅସୁସ୍ଥତା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ସାଧ୍ୱୀ ପ୍ରଜ୍ଞା। କଂଗ୍ରେସ ଶାସନ ସମୟରେ ନିର୍ଯାତନା ଯୋଗୁ ଆଖିରେ ଜ୍ୟୋତି ହରାଇଥିବା ମଧ୍ୟ ଅଭିଯୋଗ କରିଥିଲେ ପ୍ରଜ୍ଞା ଠାକୁର।

ରାଜ୍ୟ ବିଜେପି ମୁଖ୍ୟାଳୟ ଆୟୋଜିତ ଯୋଗ ଦିବସରେ ଯୋଗ ଦେଇ ସେ ଗଣମାଧ୍ୟମକୁ କହିଥିଲେ, କଂଗ୍ରେସ ଶାସନ ସମୟରେ ଦୀର୍ଘ ୯ ବର୍ଷ ଧରି ନିର୍ଯାତିତ ହେବା ପରେ ମୋ ଆଖିରେ ଓ ମସ୍ତିସ୍କରେ ଫୁଲା ସୃଷ୍ଟି ହୋଇଥିଲା। ଏହାପରେ ଡାହାଣ ଆଖିରେ ମୋର ଦୃଷ୍ଟି ଶକ୍ତି ବାଧାପ୍ରାପ୍ତ ହୋଇଥିଲା। ମାଲେଗାଓଁ ବିସ୍ଫୋରଣ ମାମଲାରେ ଜେଲ୍‌ ଦଣ୍ଡ ଭୋଗିଥିବା ଘଟଣାକୁ ଉଲ୍ଲେଖ କରିଥିଲେ ପ୍ରଜ୍ଞା।

ସୂଚନା ଥାଉକି, ପ୍ରଜ୍ଞା ଠାକୁର୍ ଦୀର୍ଘଦିନ ଧରି ଆଖି ଓ ମସ୍ତିଷ୍କ ଜନିତ ସମସ୍ୟା ପାଇଁ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ସଂକ୍ରମଣ ପ୍ରଥମେ ତାଙ୍କ ଆଖିରେ ହୋଇଥିଲା ପରେ ଏହା ମସ୍ତିଷ୍କ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିଲା।

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like