ତୁମେ ଖୁସିରେ ରୁହ . . .ଭିଡ଼ିଓ ଜାରି କରି ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦଙ୍କ ବୋହୂ

ଲକ୍ଷ୍ନୌ : ବଡ଼ଘର ବଡ଼ ଗୁମର କଥା। ସାଂସଦଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରରେ ଭୋଲଟେଜ ଡ୍ରାମା । ସାଂସଦଙ୍କ ବୋହୂ ତାଙ୍କ ବାସଭବନ ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସାଂସଦଙ୍କ ବୋହୂ ଅଙ୍କିତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଭିଡ଼ିଓରେ କହିଥିଲେ । ନିଜ ସ୍ୱାମୀ ଆୟୁଷଙ୍କ ଓ ପରିବାର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଆତ୍ମହତ୍ୟ ଉଦ୍ୟମ କରିଥିଲେ । ତେବେ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

ମୋହନଲାଲଗଞ୍ଜର ବିଜେପି ସାଂସଦଙ୍କ ବୋହୂ ଅଙ୍କିତା ନିଜ ଶାଶୂଘର ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସାସଦଙ୍କ ଭାସଭବନକୁ ଏକ ସ୍କୁଟିରେ ଯାଇ ଘର ବାହାରେ ହାତ କାଟିଦେଇଥିବା ସୂଚନା ମିଳିଛି । ତେବେ ଭିଡ଼ିଓ ଜାରି କରିଥିବା ଯୋଗୁଁ ପୋଲିସ ଟ୍ରାକ କରି ଘଟଣାସ୍ଥଳରେ ପହଞ୍ଚିଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଙ୍କିତା ଭିଡିଓରେ କହିଥିଲେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ଆୟୁଷଙ୍କ ବାପା ସାଂସଦ ଓ ମାଆ ଜଣେ ବିଧାୟିକା ହୋଇଥିବାରୁ ତାଙ୍କ ସହ ଲଢ଼ିବା କଷ୍ଟକର। ମୋ କଥା କେହି ଶୁଣିବେ ନାହିଁ । ମୋତେ ଭଲ ପାଇବାର ମିଛ ଦ୍ୱାହି ଦେଇ  ତୁମେ କେତେ ମିଛ କହୁଛ । ତୁମ ଘର ଲୋକେ ମୋତେ ବଞ୍ଚିବାପାଇଁ ଦେଉନାହାନ୍ତି ।

ଆହୁରି ଅଙ୍କିତା କହିଥିଲେ, ଘରର ଭଡ଼ା ଦିଆଯାଇନି, ଗ୍ୟାସ ସିଲିଣ୍ଡର ନାହିଁ । ମୁଁ ଖାଇ‍ବି କ’ଣ,  ଆଉ ରହିବି କେମିତି ? ଯଦି ତୁମେ ପାଖରେ ରହିବନି, ତେବେ ମୁଁ ଏକା ବଞ୍ଚିକି ଲାଭ କ’ଣ ? ଏଥିପାଇଁ ମଁ ସବୁଦିନ ପାଇଁ ତୁମକୁ ଛାଡ଼ି, ଏ ଦୁନିଆ ଛାଡ଼ି ଯାଉଛି ତୁମେ ଖୁସିରେ ରୁହ । ମୋତେ ସବୁଦିନ ମନେ ରଖିବ ଆଉ ଚିନ୍ତା କରିବ କି ମୋ ଠାରୁ ଅଧିକ ଭଲପା‍ଇବା କେହି ତୁମକୁ ଦେଇପାରିବେ ନାହିଁ। ମୋ ମୃତ୍ୟର କାରଣ ତୁମେ ଓ ତୁମ ପରିବାର ଲୋକ କହି ହାତ କାଟିଦେଇଥିଲେ ସାଂସଦଙ୍କ ବୋହୂ।

ଆହୁରି ପଢନ୍ତୁ : ଟିକେଟ ନ ମିଳିବାରୁ ଲଣ୍ଡା ହେଲେ ମହିଳା କଂଗ୍ରେସ ମୁଖ୍ୟ

ଅନ୍ୟପଟେ ଏହି ମାମଲାକୁ ଖଣ୍ଡନ କରି ବିଜେପି ସାଂସଦ କହିଛନ୍ତି, ସେ ଝିଅ ମୋ ବୋହୂ ନୁହଁ । ତାକୁ ମୁଁ କେବେ ବୋହୂ ରୂପେ ସ୍ୱୀକାର କରିନି।  ସେ ଆଉ ଆୟୁଷ ବିବାହ କରିଥିଲେ। ମୁଁ ଏଥରେ ରାଜି ନଥିଲି, ମୋତେ ଓ ମୋ ପରିବାରକୁ ବଦନାମ କରାବାକୁ ଷଡ଼ଯନ୍ତ୍ର କରାଯାଉଛି । ଅଙ୍କିତାକୁ ପଛରୁ କେହି ଉସକାଇବାକୁ ଚେଷ୍ଟା କରୁଛି, ସେ ଝିଅ କେବଳ ନାଟକ କରୁଛି। ସେ ମୋ ଘର ସାମ୍ନାରେ ନୁହଁ ମୋ ଘରରୁ ଦୂରରେ ଆତ୍ମହତ୍ୟା ଉଦ୍ୟମ କରିଛି ।

ସେପଟେ ସ୍ୱାମୀ ଆୟୁଷ ଓ ତାଙ୍କ ପରିବାର ଲୋକଙ୍କର ନାର୍କୋଟେଷ୍ଟା  କରାଇବାକୁ ଦାବି କରିଛନ୍ତି ଅଙ୍କିତା। ଏହାସହ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି କହିଛନ୍ତି । ୟୁପି ପୋଲିସ ଉପରେ ଭରସା ନଥିବାରୁ, ଏହି ମାମଲାର ଛାନଭିନ ସିବିଆଇ କଲେ ସତ ଆପେ ଆପେ ବାହାରଯିବ।

ଏହାପୂର୍ବରୁ ସାଂସଦ କୌଶଲ କିଶୋରଙ୍କ ଫେରାର ପୁଅ ଏକ ଭିଡ଼ିଓ ଜାରି କରି ସ୍ତ୍ରୀ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।  ଅଙ୍କିତା ତାଙ୍କୁ ଫସାଇଥିବା ସେ ଭିଡ଼ିଓରେ କହିଥିଲେ, ସେ କୌଣସି ଭୁଲ୍ କରିନାହାଁନ୍ତି ।

You might also like