ବିବାଦୀୟ ବୟାନ ପାଇଁ ବିଜେପି ନେତା ଅନୁରାଗଙ୍କୁ ବ୍ୟାନ୍‌ କଲେ ଇସି

 

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା।

ଅପରପକ୍ଷେ ଦିଲ୍ଲୀ ନିର୍ବାଚନ ଘୋଷଣା ପରେ ଏବେ ସୁଦ୍ଧା ବିଭିନ୍ନ ଘଟଣାକୁ ନେଇ ୮୦୮ଟି ମାମଲା ରୁଜୁ ହୋଇଛି। ଯେଉଁଥିରେ ୮୧୨ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ୪ କୋଟି ୬୬ ଲକ୍ଷ ମୂଲ୍ୟର ନିଶାଦ୍ରବ୍ୟ ଓ ୩୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ସେହିଭଳି ୬ ହଜାର ୩୮୪ ବେଆଇନ ଅସ୍ତ୍ରଶସ୍ତ୍ର ଓ ୫ ହଜାରରୁ ଅଧିକ ଲାଇସେନ୍ସକୁ ରଦ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ।

You might also like