ନୂଆଦିଲ୍ଲୀ : ରାଜସ୍ଥାନରେ କରୋନା ଗାଇଡ୍‌ଲାଇନ୍‌କୁ ଫୁ କରି ହୋଇଥିବା ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି। ଏହି ସମାରୋହ ଜୁନ୍ ୨୦ ରେ ରାଜସ୍ଥାନର ସୱାଇ ମାଧୋପୁରର ବଡିଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ବିବାହ ସମାରୋହରେ ରାଜ୍ୟସଭା ସାଂସଦ ଡ. କିରୋରୀ ଲାଲ ମୀନା ଏବଂ କଂଗ୍ରେସ ବିଧାୟକ ଇନ୍ଦ୍ର ମୀନା ଜୋରଦାର ନାଚୁଥିବାର ଦୃଶ୍ୟ ନଜରକୁ ଆସିଥିଲା। ପ୍ରକାଶ ଥାଉଯେ କରୋନା ସଂକ୍ରମଣ ହେତୁ ରାଜସ୍ଥାନରେ ଜୁନ୍ ୩୦ ପର୍ଯ୍ୟନ୍ତ ବିବାହ ସମାରୋହ ଉପରେ ନିଷେଧାଦେଶ ରହିଛି। କିନ୍ତୁ କରୋନା ନିୟମକୁ ବେଖାତିର କରି ଏହି ବିବାହରେ ଉତ୍ସବରେ ଲୋକଗୀତ ଉପରେ ଦମଦାର ନାଚ ହୋଇଥିଲା। ସାଂସଦ ଓ ବିଧାୟକମାନେ ମଧ୍ୟ ନାଚିବା ଆରମ୍ଭ କରିଥିଲେ। ସେମାନେ ଠୁମକା ଲଗେଇବା ନେଇ ନିଜକୁ ରୋକି ପାରି ନ ଥିଲେ।

ବାସ୍ତବରେ, କୋରାନା ନିର୍ଦ୍ଦେଶାବଳୀକୁ ଅତିକ୍ରମ କରି ବାମନଭାସର ଭଡିଲା ପରିବାରରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ବିଜେପି ରାଜ୍ୟସଭା ସାଂସଦ କିରୋରୀ ଲାଲ ମୀନା ବିବାହ ସମାରୋହରେ ଯୋଗଦେବାକୁ ଆସିଥିଲେ ଏବଂ ମହିଳାମାନଙ୍କ ଲୋକନୃତ୍ୟରେ ଜୋରଦାର ନାଚିଥିଲେ।

ଏହି ସମୟରେ ସ୍ଥାନୀୟ ବାମନବାସ ବିଧାୟକ ଇନ୍ଦିରା ମୀନା ମଧ୍ୟ ପଛରେ ପଡି ନ ଥିଲେ। ସେ ମଧ୍ୟ ବିବାହ ସମାରୋହରେ ମହିଳାମାନଙ୍କ ସହ ଠୁମକା ଲଗେଇଥିଲେ। ଏହି ଅବସରରେ କରୋନା ଗାଇଡ୍‌ଲାଇନ୍‌କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା।

ସାଂସଦ ଓ ବିଧାୟକ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଗ୍ରାମବାସୀଙ୍କ ସହିତ ଲୋକନୃତ୍ୟ ପରିବେଷଣ କରିଥିଲେ। ସେମାନେ ବିବାହ ସମାରୋହରେ ପହଞ୍ଚିବା ମାତ୍ରେ ଡିଜେବାଲାକୁ ଲୋକଗୀତ ବଜାଇବାକୁ କହିଥିଲେ। ଏହା ପରେ ଦୁହେଁ ମହିଳାମାନଙ୍କ ସହିତ ଜମେଇକି ନାଚିଥିଲେ। ସାଂସଦ ଓ ବିଧାୟକଙ୍କ ନୃତ୍ୟ ଏବଂ ସେଠାରେ ସୃଷ୍ଟି ହୋଇଥିବା ଗହଳିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବିବାହ ଭୋଜିରେ ଯୋଗ ଦେଇଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ। ସାମାଜିକ ଦୂରତା ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଗାଁର ପୂର୍ବତନ ସରପଞ୍ଚଙ୍କ ପରିବାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ଓ ବିଜେପି ନେତା ଯୋଗ ଦେଇଥିଲେ। ଏପରି କି ବିବାହ କାର୍ଡରେ ଡକ୍ଟର କିରୋରୀ ଲାଲ ମୀନାଙ୍କ ଫଟୋ ମଧ୍ୟ ଛପା ଯାଇଥିଲା।

ପ୍ରକାଶଥାଉ ଯେ ରାଜ୍ୟରେ କରୋନା ମାମଲା ପୂର୍ବ ତୁଳନାରେ ହ୍ରାସ ଘଟିଛି। ଯେଉଁଥିପାଇଁ ଲୋକମାନେ ନିର୍ଭୟରେ କରୋନା ନିୟମକୁ ଅଣଦେଖା କରୁଛନ୍ତି।

Other Stories