ବିଧାୟକ କହିଲେ-ବଂଶୀ ସ୍ୱନ ଶୁଣିଲେ ଗାଈ ଦେବ ଅଧିକ କ୍ଷୀର

ଗୁଆହାଟି: ଗୋପାଳକମାନଙ୍କର ସବୁଠାରୁ ବଡ଼ ଚିନ୍ତା-ଗାଈ କେମିତି ଅଧିକ କ୍ଷୀର ଦେବ। ଏଥିପାଇଁ ସେମାନେ ଅନେକ କିଛି କରିଥାନ୍ତି, ଯେମିତି ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ, ଔଷଧ ଯୋଗାଇଥାନ୍ତି। ତେବେ ଗୋପାଳକଙ୍କର ଏପରି ଚିନ୍ତାକୁ ଚୁଟ୍‌କିରେ ସମାଧାନ କରିପାରିଛନ୍ତି ଆସାମର ଜଣେ ବିଧାୟକ ଦିଲ୍ଲୀପ ପଲ୍।

ଦିଲ୍ଲୀପଙ୍କ କହିବା ଅନୁଯାୟୀ, ବଂଶୀ ସ୍ୱନ ଶୁଣିଲେ  ଗାଈ ଅଧିକ କ୍ଷୀର ଦେବ। ସେ ଦାବି କରିଛନ୍ତି, ଏହା କେବଳ ପୁରାଣର କଥା ନୁହେଁ, ଆଧୁନିକ ଯୁଗରେ ମଧ୍ୟ ଏହା ସମ୍ଭବ ।

ବିଧାୟକ କହିଛନ୍ତି ଯେ, ଦ୍ୱାପର ଯୁଗରେ କୃଷ୍ଣ ଗାଈଗୋଠ ନେଇ ବନକୁ ଯାଉଥିଲେ। ଗାଈମାନେ ଚରିବା ସମୟରେ ସେ ବଂଶୀ ବଜାଉଥିଲେ। ତେବେ ଶ୍ରୀକୃଷ୍ଣ କେବଳ ନିଜୟ ସମୟ କଟାଇବା ପାଇଁ ଏହି ବଂଶୀ ବଜାଉ ନ ଥିଲେ।  ନିୟମିତ ଭାବେ ଗାଈମାନେ ଏହି ବଂଶୀ ସ୍ୱନ ଶୁଣୁଥିଲେ। ଆଉ ସେହି କାରଣରୁ ହିଁ ଅଧିକ କ୍ଷୀର ଦେଉଥିଲେ।

ସେ ଦାବି କରିଛନ୍ତି,  ଏ କଥା କେବଳ ସେ କହୁ ନାହାଁନ୍ତି,  ଗୁଜରାଟର ଏକ ଅନୁଧ୍ୟାନକାରୀ ଦଳ ଏହା ଉପରେ ଦୀର୍ଘଦିନ ଅଧ୍ୟୟନ କରିବା ପରେ ଏହାକୁ  ପ୍ରମାଣ କରି ଦେଖାଇଛନ୍ତି।

ଗତ ଶନିବାର ବିଧାୟକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସମୟରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବା ସହ ଏହାକୁ ପୁରାଣ ସମୟର ବିଜ୍ଞାନ ବୋଲି କହିଥିଲେ ଏବଂ ଏହାକୁ ଆମେ ଆଧୁନିକ ସମୟରେ ଫେରାଇ ଆଣିବାକୁ ଚେଷ୍ଟା କରିବା ବୋଲି କହିଥିଲେ।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like