‘ଭୋଟ ମାଗିବା ପାଇଁ ଆସିଲେ, ଲାଠି ମାଡ଼ ଖାଇବ’ : ବିଧାୟକଙ୍କ କ୍ଲାସ ନେଲେ ଗ୍ରାମବାସୀ

ଝବରେଡ଼ା : ଲୋକ ପ୍ରତିନିଧିଙ୍କ କ୍ଲାସ ନେଲେ ଜନତା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବିଧାୟକଙ୍କୁ ଘେରିଲେ ଗାଁ ଲୋକେ । ଭୋଟ୍ ନେଇ ଜନତାଙ୍କ ବିଷୟରେ ଭୁଲି ଯାଇଥିବା ନେତାଙ୍କୁୁ ଆଇନା ଦେଖାଇଲେ ଗ୍ରାମବାସୀ । ଉତ୍ତରାଖଣ୍ଡ ଝବରେଡା ଗାଁରେ ଏପରି ଘଟଣା ଦେଖିବାକୁ ମଳିିଛି । ବିଜେପି ବିଧାୟକ ପିଏଚସି ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି ।

ବିଜେପି ବିିଧାୟକ ଦେଶରାଜ କର୍ଣ୍ଣୱାଲ ଗତକାଲି ଝବରେଡ଼ା ଗାଁ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ । କରୋନା ମାହାମରୀ ସମୟରେ ଲୋକଙ୍କୁ ସଚେତନ କରିବା ସହ ସତର୍କ ରହିବାକୁ ଅପିଲ କରିଥିଲେ । ଆଉ ଏହି ସମୟରେ ଗାଁ ଲୋକେ ବିଧାୟକଙ୍କ କ୍ଲାସ ନେଇଥିଲେ । ଆଉ ଥରେ ଗାଁକୁ ଆସିଲେ ଭିତରକୁ ଯିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଏହି ପୂରା ଘଟଣା ଏବେ ସୋସିଆଲ ମିଡିଆରେ ଭାରଇାଲ ହେଉଛି ।

ଭିଡିଓରେ ବିଜେପି ବିଧାୟକଙ୍କୁ ଜଣେ ଗ୍ରାମବାସୀ କହୁଛନ୍ତି , ବିଧାୟକ ବାବୁ ଆପଣଙ୍କ ପଦର ସମ୍ମାନ ପାଇଁ ଆଜି ଛାଡ଼ି ଦେଉଛୁ । ଗାଁରେ ଆଉ ପାଦ ଦେବାର ଭୁଲ କରିବେ ନାହିଁ । ଆଉ କେବେ ଭୋଟ୍ ମାଗିବାକୁ ଆସିଲେ ଲାଠିମାଡ଼ରେ ସ୍ୱାଗତ କରାଯିବ । ବିଧାୟକଙ୍କ ମୁହଁରେ ଧମକ ଦେବା ସହ ତୁରନ୍ତ ଗାରଁ ଛାଡ଼ି ଚାଲିଯବାକୁ କହିଥିଲେ ଗ୍ରାମବାସୀ । ତେବେ ଏହି ସମୟରେ ପୂରା ଚୁପଚାପ ଥିଲେ ବିଧାୟକ ।

ଗ୍ରାମବାସଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ପରଠାରୁ ବିଧାୟକଙ୍କର ଦେଖା ନାହିଁ । ଗାଁକୁ ଭଲ ରାସ୍ତା ଟିଏ ନଥିବା ବେଳେ ଅନେକ ଅଭିଯୋଗ କରିବା ପରେ ବି କିଛି କେହି ଶୁଣୁ ନାହାନ୍ତି । ଗାଁରେ ହସ୍ପିଟାଲ ଟିଏ ଅଛି, ହେଲେ ଡାକ୍ତର ନାହାନ୍ତି କି ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । ବିଧାୟକଙ୍କ ନିକଟରେ ଜନତାଙ୍କ ଦୁଃଖସୁଖ ବୁଝିବାକୁ ସମୟ ନାହିଁ । ନିର୍ବାଚନ ବେଳେ ଜନତାଙ୍କ କଥା ମନେ ପଡ଼େ, ହେଲେ ନିର୍ବାଚନ ଶେଷ ହେଲେ କିଏ କାହାର ।

You might also like