ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ବେଳେ ବିଜେପି ନେତାଙ୍କୁ କିଡ୍‌ନାପ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍‌-ଦିନ୍ ମଲ୍ଲାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଏ ନେଇ ଅଭିଯୋଗ ପରେ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ମେହରାଜ୍‌ ତାଙ୍କ ବନ୍ଧୁଙ୍କୁ ଭେଟିବା ପାଇଁ ସୋପୋର ଅଭିମୁଖେ ଯାଉଥିବାବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ। ଏହି ଅପହରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି।

ମେହରାଜ, ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଓ୍ୱାଟେରଗାମ୍‌ ସୋପୋର ମ୍ୟୁନିସିପାଲିଟି କମିଟିର ଉପାଧ୍ୟକ୍ଷ ଅଛନ୍ତି। 

ସୂଚନାଥାଉ କି, ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ୱାସିମ୍‌ ବରି, ତାଙ୍କ ଭାଇ ଓ ବାପାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାର କିଛି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଜୁଲାଇ ୮ରେ ଏହି ଘଟଣା ଘଟିଥିଲା।

You might also like