ଦାନ୍ତେଓ୍ୱାଡ଼ାରେ ମାଓ ହମ୍‌ଲା ; ବିଜେପି ବିଧାୟକଙ୍କ ସହ ୫ ମୃତ

ଛତିଶଗଡ଼ : ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ଦିନଟିଏ ବାକି ଥିବା ବେଳେ ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସା। ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡ଼ିକୁ IED ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ।

ଏଥିରେ ବିଧାୟକ ମାଣ୍ଡଭିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଡ୍ରାଇଭର ଓ ଗାଡ଼ିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୫ ଜଣଙ୍କ ଜୀବନ ଯାଇଛି। ଦାନ୍ତେୱାଡ଼ାର କୁଆଗୁଡ଼ା ନିକଟରେ ଏହି ବିସ୍ଫୋରଣ ହୋଇଛି। କେମିତି, କେଉଁ ପରିସ୍ଥିତିରେ ଆକ୍ରମଣ ହେଲା ସେନେଇ ସ୍ପଷ୍ଟ ଚିତ୍ର ମିଳିନଥିବା ବେଳେ ମୁଖ୍ୟମନ୍ତ୍ରୀ ଭୁପେଶ ଓ୍ୱାଘେଲ ଜରୁରୀ ବୈଠକ ଡାକିଛନ୍ତି।

ପୂର୍ବରୁ ୨୦୧୩ ମେ ୨୫ରେ କଂଗ୍ରେସ ନେତାଙ୍କ ଗାଡ଼ି ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ବସ୍ତର ଜିଲ୍ଲାର ଦରଭାରେ କଂଗ୍ରେସ ନେତାମାନେ ଶୋଭାଯାତ୍ରାରେ ସାରି ଫେରିବା ବେଳେ ମାଓବାଦୀ ସେମାନଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ବରିଷ୍ଠନେତା ବିଦ୍ୟାଚରଣ ଶୁକ୍ଳ, ସେତେବେଳର ରାଜ୍ୟ କଂଗ୍ରେସ ମୁଖିଆ ନନ୍ଦ କୁମାର ପଟେଲ ଓ ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା।

You might also like