କରୋନା ମୁକାବିଲାରେ ଫେଲ୍‌ ଉଦ୍ଧବ ସରକାର: ରାଷ୍ଟ୍ରପତି ଶାସନ ଦାବି କଲା ବିରୋଧୀ

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେଲାଣି। ରାଜ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୬୯୫ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ।

ସ୍ଥିତି ଏମିତି ହେଲାଣି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ବେଡ୍ ମଧ୍ୟ ନାହିଁ। ରୋଗୀ ଯେଉଁଠି ଅଛନ୍ତି ସେଠାରେ ହିଁ ମୃତଦେହ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାର ଫେଲ୍‌ ମାରିବାକୁ ନେଇ ଘେରିଛନ୍ତି ବିରୋଧୀ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିଜେପି ଦାବି କରିଛି।

ଏନେଇ ରାଜ୍ୟପାଳଙ୍କୁ ଭେଟି ଦଳ ଦାବି ଉପସ୍ଥାପନ କରିଛି। ଅନ୍ୟପଟେ ମେଣ୍ଟ ସରକାରର ଦଳ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିବାକୁ ପଛାଇନାହିଁ। କରୋନା ରୋକିବା ନେଇ ମହାରାଷ୍ଟ୍ର ଫେଲ୍ ମାରୁଥିବା ବେଳେ ରାହୁଲ ଗାନ୍ଧି କହିଛନ୍ତି ଆମେ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରୁଛୁ, କିନ୍ତୁ ମହାରାଷ୍ଟ୍ରରେ ଆମେ ମୁଖ୍ୟ ନିଷ୍ପତ୍ତି ଗ୍ରହଣକାରୀ ନୁହେଁ। ଆମେ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ ଓ ପୁଡ଼ୁଚେରୀରେ ନିଷ୍ପତ୍ତି ନେଉଛୁ ବୋଲି ସେ କହିଛନ୍ତି।

ଆଜି କେବଳ ମୁମ୍ବାଇରେ ୧ ହଜାରରୁ ଅଧିକ ପଜିଟିଭ ବାହାରିଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ପାର କରିଛି।

You might also like