ରାହୁଲଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଗଲଓ୍ୱାନ୍ ଘାଟିରେ ଭାରତୀୟ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଯବାନଙ୍କ ମନୋବଳ କମାଉଛି ବୋଲି ନଡ୍ଡା କହିଛନ୍ତି।

ରାହୁଲ ଅଯଥା ବାରମ୍ବାର ଟ୍ୱିଟ୍ କରି ଯବାନଙ୍କ ମନୋବଳ କମାଉଛନ୍ତି। କୌଣସି ସଠିକ୍ ତଥ୍ୟ ନଜାଣି ନାନା ପ୍ରସଙ୍ଗରେ ଟ୍ୱିଟ୍ କରୁଥିବାରୁ ନଡ୍ଡା ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ରାହୁଲ ସମ୍ମାନ କରୁନାହାନ୍ତି। ଏପରିକି ରାହୁଲ ନିଜେ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କର ଅଧ୍ୟାଦେଶକୁ ମଧ୍ୟ ଚିରି ଦେଇଥିବା ଉଦାହରଣ ଦେଇଛନ୍ତି ନଡ୍ଡା।

ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧିଙ୍କୁ କଡ଼ା ଯବାବ ଦେଇଥିଲେ। ସଂକୀର୍ଣ୍ଣ ରାଜନୀତିରୁ ବାହାରି ରାହୁଲ ଦେଶ ସହିତ ଛିଡ଼ା ହୁଅନ୍ତୁ ବୋଲି ଟ୍ୱିଟ୍ କରିଥିଲେ ଶାହ। ତା ସହିତ ଜଣେ ଆହତ ଯବାନ ରାହୁଲ ଗାନ୍ଧିଙ୍କ ପାଇଁ ଦେଇଥିବା ଏକ ମେସେଜ୍‌କୁ ମଧ୍ୟ ସେ ଟ୍ୱିଟର୍‌ରେ ଶେୟାର କରିଥିଲେ।

 

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like