ବିଜେପିର ସଫଳତା ପାଇଁ ବୈଜୟନ୍ତଙ୍କୁ ଧନ୍ୟବାଦ ଦେଲେ ବିରେନ୍ ସିଂ

ନୂଆଦିଲ୍ଲୀ: ମଣିପୁର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଆୟୋଜିତ ହୋଇଯାଇଛି  ବିଜେପିର ସୁପର୍ ଶୋ। ମଣିପୁରର ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ଆଉ ଏହି ୪ଟି ଆସନକୁ ଅକ୍ତିଆର କରିଛି ଦଳ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ।

ଦିଲ୍ଲୀରୁ ମଣିପୁର ଆସି ବୈଜୟନ୍ତ ଦଳକୁ ସମ୍ଭାଳିଥିଲେ। ନେତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ଉପନିର୍ବାଚନରେ ଅଭୂତ ପୂର୍ବ କାର୍ଯ୍ୟ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ବୀରେନ ସିଂ ବୈଜୟନ୍ତଙ୍କୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ସୂଚନାଥାଉ କି, ମଣିପୁରର ଖାଲି ପଡ଼ିଥିଲା ୫ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହୋଇଥିଲା। ବିଜେପି ୪ଟି ସିଟ୍‌ରେ ପ୍ରାର୍ଥୀ ଦେଇଥିବା ବେଳେ ୪ଟି ଯାକରେ ବିଜୟୀ ହୋଇଛି। ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରନ ସିଂଙ୍କ ବିରୋଧରେ କିଛି ନେତା ଫେରାଦ ହେବା ପରେ ରାଜ୍ୟରେ ଅସ୍ଥିରତା ଦେଖାଦେଇଥିଲା॥ ଏହାପରେ ବୈଜୟନ୍ତ ପଣ୍ଡାଙ୍କୁ ମଣିପୁର ଦାୟିତ୍ୱ ଦିଆଯାଇଥିଲା।

You might also like