କଂଗ୍ରେସକୁ ବିଜେପିର ଟାର୍ଗେଟ; କହିଲା ‘ମୁସ୍‌ଲିମ୍‌ ଲିଗ୍‌ କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ବୟାନର କଡା ଜବାବ ଦେଇଛି ବିଜେପି । କଂଗ୍ରେସକୁ ମୁସ୍‌ଲିମ୍ ଲିଗ୍‌ କଂଗ୍ରେସ ନାମ ଦେଇ ବିଜେପି କହିଛି, ଅଶୋକ ଚୌହ୍ୱାନଙ୍କ ବୟାନରୁ କଂଗ୍ରେସର ପୋଲ୍‌ ଖୋଲି ଯାଇଛି। ସେମାନେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି।  AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କୁ କଟାକ୍ଷ କରି ବିଜେପି ନେତା ସନ୍ଦିପ ପାତ୍ର କହିଛନ୍ତି, ସେ ଜିନ୍ନା ହେବାର ସ୍ୱପ୍ନ ଦେଖୁଛନ୍ତି।

ସମ୍ବିତ୍‌ ପାତ୍ର କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କର ଅପମାନ କରିଛନ୍ତି। ସେ କହିଛନ୍ତି, କଂଗ୍ରେସର ଜଣେ ନେତା କହିଛନ୍ତି, କେବଳ ମୁସ୍‌ଲିମ୍‌ଙ୍କ ପାଇଁ କୌଣସି ସରକାରରେ ସାମିଲ ହୋଇଛନ୍ତି। ତେବେ ହିନ୍ଦ, ଶିଖ୍‌, ପାର୍ସିମାନେ କ’ଣ ଦୋଷ କରିଛନ୍ତି ?

ଏଠି କହିରଖିବୁ, କଂଗ୍ରେସ ନେତା ଅଶୋକ ଚୌହ୍ୱାନ କହିଥିଲେ‘ ମହାରାଷ୍ଟ୍ରରେ ଆମର ସରକାର ଅଛି। ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାକୁ ନ ଆଣିବା ପାଇଁ ଆମେ ଏହି ସରକାରରେ ସାମିଲ ହୋଇଛୁ। କେତକେ ମୁସ୍‌ଲିମ୍‌ ଭାଇ କହିଛନ୍ତି, ଆମର ସବୁଠାରୁ ବଡ ଶତ୍ରୁ ହେଉଛି ବିଜେପି। ବିଜେପିକୁ ରୋକିବାକୁ ହେଲେ କଂଗ୍ରେସକୁ ଏହି ସରକାରରେ ସାମିଲ୍‌ ହେବାକୁ ପଡ଼ିବ। ସେଥିପାଇଁ କଂଗ୍ରେସ ମହାରାଷ୍ଟ୍ରରେ ସରକାରରେ ଅଛି। ଯେ ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସାମିଲ ଅଛି, ସେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସିଏଏ ଲାଗୁ ହେବାକୁ ଦେବୁନି।

ତେବେ ବିଜେପି ନେତା ସମ୍ବିତ ପାତ୍ର AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ‘କାଲି ଓବେସୀ କହିଲେ, ମୁସ୍‌ଲମାନମାନେ ୮୦୦ ବର୍ଷ ଧରି ଏହି ମୁଲକକୁ ଶାସନ କରିଛନ୍ତି । ମୋ ପୂର୍ବପୁରଷ ଏଠାରେ କୁତବମୀନାର, ଚାରମୀନାର, ଜାମା ମସ୍‌ଜିଦ୍‌ ନିର୍ମାଣ କରାଇଛନ୍ତି। ଲାଲ୍‌ କିଲ୍ଲା ମଧ୍ୟ ମୋ ପୂର୍ବପୁରୁଷ ତିଆରି କରିଛନ୍ତି। ତୁମ ବାବା କ’ଣ କରିଛନ୍ତି ? ପାତ୍ର କହିଛନ୍ତି, ଆମ ଦାଦା, ପରଦାଦା ଏହି ଦେଶକୁ ସହିଷ୍ଣୁ, କ୍ଷମତାବାଦ ଏବଂ ଗରମାବାନ କରିଛନ୍ତି ଏବଂ ଆପଣ ସେହି ଭାଷାକୁ ଉପଯୋଗ କରୁଛନ୍ତି।

ପାତ୍ର ଶାହୀନ ବାଗରେ CAA ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେଇ କହିଥିଲେ, ଶାହୀନ ବାଗ୍‌ରେ ଏକ ଛୋଟଶିଶୁ ମୁଣ୍ଡରେ ବିଷ କିଏ ଭରିଲା ? ସେ କହିଲା, ପିଏମ୍‌ଙ୍କୁ ଜୀବନରେ ମାରଦେବା ଉଚିତ୍‌-ଏକଥା ତାକୁ କିଏ ଶିଖାଇଲା ? ପାତ୍ର ପ୍ରଶ୍ନ କରିଥିଲେ-ଦେଶରେ ହିନ୍ଦୁମାନଙ୍କର ବିରୋଧରେ ଜହର ବୁଣା ଯାଉଛି। ଏହା ଅତ୍ୟନ୍ତ  ଦୁଃଖଦାୟକ ଘଟଣା ।

ପାତ୍ର କହିଥିଲେ, ଦେଶରେ ଗଣତନ୍ତ୍ର ଶାସନ ଚାଲିଛି। ଯେ କୌଣସି ବିଷୟରେ ପ୍ରଦର୍ଶନ କରିବାର ଅଧିକାର ରହିଛି। କିନ୍ତୁ କାହା ମୁଣ୍ଡରେ ବିଷ ଭର୍ତ୍ତି କରିବା କେତେଦୂର ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି ?

You might also like