କକ୍ଷ ତ୍ୟାଗ କଲା ବିଜେଡି
ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ
ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଅାରମ୍ଭ ହେଉ ହେଉ ବିଜେଡି କକ୍ଷ ତ୍ୟାଗ କରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହୋଇଛି। ପ୍ରଥମେ ୟୁପିଏ ସରକାର ୧୦ ବର୍ଷ ଏବଂ ଏବେ ଏନ୍ଡିଏ ସରକାର ୪ ବର୍ଷ ହେଲା ଓଡ଼ିଶାକୁ ଅବହେଳା କରୁଛନ୍ତି।
ଅାଜିର ଅନାସ୍ଥା ଅାଲୋଚନା ରାଜ୍ୟବାସୀଙ୍କ ପାଇଁ କୌଣସି ଫଳପ୍ରଦ ହେବ ନାହିଁ। ସେଥିପାଇଁ ବିଜେଡି ଅାଲୋଚନାରେ ଭାଗ ନେବ ନାହିଁ ବୋଲି କହିଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଏହା ପରେ ପରେ ବିଜେଡି କକ୍ଷତ୍ୟାଗ କରିଥିଲା।