ଦିଲ୍ଲୀରେ ବିଜେଡିର ଗର୍ଜନ

କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଚାଷୀ ସମସ୍ୟାକୁ ନେଇ ଦିଲ୍ଲୀରେ ବିଜେଡିର ଗର୍ଜନ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଜେଡି ବହୁବାର ଦାବି କରିଛି।

ବିଧାନସଭାର ଗୃହ କମିଟି ମୋଦିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲା। କିନ୍ତୁ ଶୁଣିଲେନି ମୋଦି ସରକାର। ତେଣୁ ବାଧ୍ୟ ହୋଇ ଦିଲ୍ଲୀ ଆସିବାକୁ ପଡ଼ିଲା। ଭାରତୀୟ ଅର୍ଥନୀତିର ଆତ୍ମା ହେଉଛି କୃଷକ। ହେଲେ କ୍ଷମତାକୁ ଆସିବା ପରେ ମୋଦି ନିଜ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି।

ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବା ହେଉଛି କେନ୍ଦ୍ରର ଦାୟିତ୍ୱ। ଚାଷୀଙ୍କ ପାଇଁ ଓଡ଼ିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଆର୍ଥିକ ସ୍ୱାଧୀନତା ଦାବି ଦୋହରାଇ ନବୀନ କହିଛନ୍ତି, କେନ୍ଦ୍ର ଆମକୁ ଆର୍ଥିକ ସ୍ୱାଧୀନତା ଦେଇଥିଲେ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା।

ବିଜେଡି ଚାଷୀଙ୍କ ହକ୍ ପାଇଁ ଲଢୁଛି, ଆମର ଏହି ଲଢ଼େଇ ଆଗକୁ ବି ଜାରି ରହିବ ବୋଲି କେନ୍ଦ୍ରକୁ ସତର୍କ କରାଇ ଦେଇଛନ୍ତି ନବୀନ। ଧାରଣା ଓ ପ୍ରତିବାଦ ସଭା ପରେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like