କରୋନା ବଦଳାଇ ଦେଲା ମାଆ କ୍ଷୀରର ରଙ୍ଗ?

ଧଳା ବଦଳରେ ସବୁଜ ହୋଇଗଲା ମାଆ କ୍ଷୀର

  • ମାଆ କ୍ଷୀରର ରଙ୍ଗ ବଦଳାଇ ଦେଲା କରୋନା
  • ଧଳା ବଦଳରେ ସବୁଜ ହୋଇଗଲା ମାଆ କ୍ଷୀର
  • ଆଶ୍ଚର୍ଯ୍ୟ ହୋଇଗଲା ବୈଜ୍ଞାନିକ ଓ ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ। ଏହି ନାଁ ଶୁଣିଲେ ଏବେ ବି ଲୋକଙ୍କ ମନରେ ଥିବା ଭୟ ଦୂର ହୋଇନାହିଁ। କାରଣ ଏବେ ବି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା ଭୂତାଣୁ। ତେବେ କରୋନା ମହାମାରୀରେ ଶିକାର ହୋଇଥିବା ଜଣେ ମାଆଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ମହିଳା ଜଣକ ଦାବି କରିଛନ୍ତି ଯେ, କରୋନାରେ ସେ ଆକ୍ରାନ୍ତ ହେବା ପରେ ତାଙ୍କର କ୍ଷୀର ଧଳା ପରିବର୍ତ୍ତେ ସବୁଜ ରଙ୍ଗ ହୋଇଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କେବଳ ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ଅନେକ ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରୁଛି? ସତରେ କଣ କ୍ଷୀରର ରଙ୍ଗ ବଦଳାଇ ଦେଲା କରୋନା? ନାଁ ଏହାକୁ ନେଇ କୌଣସି ଭୁଲ ସନ୍ଦେଶ ଦିଆଯାଉଛି?

କରୋନା ସଂକ୍ରମଣ ହେବା ପରେ ମହିଳାଙ୍କ କ୍ଷୀରର ବଦଳିଗଲା ରଙ୍ଗ। କରୋନା ଭାଇରସ ସଂକ୍ରମିତ ମହିଳା ଦାବି କରିଛନ୍ତି କି କୋଭିଡ-୧୯ ସଂକ୍ରମଣ ହେତୁ ତାଙ୍କ କ୍ଷୀର ଧଳା ପରିବର୍ତ୍ତେ ସବୁଜ ରଙ୍ଗ ହୋଇଯାଇଛି। ସେହି ମହିଳାଙ୍କ ସହିତ ତାଙ୍କ ନବଜାତ ସନ୍ତାନ ବି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି। କରୋନା ସଂକ୍ରମଣ ହେତୁ ମା’ କ୍ଷୀରର ରଙ୍ଗ ପରିବର୍ତ୍ତନ ହେବା ବଡ଼ ଆଶ୍ଚର୍ଯ୍ୟର କଥା। ଆଉ ଏହି ଘଟଣା ଜଣାପଡିବା ପରେ ନେଇ ବୈଜ୍ଞାନିକ ଓ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜାତୀୟ ଗଣମାଧ୍ୟମ ଆଜତକ୍‌ର ରିପୋର୍ଟ ଅନୁସାରେ, ୨୩ବର୍ଷୀୟ ଅନ୍ନା କାର୍ଟେଜ ନିକଟରେ ସନ୍ତାନ ପ୍ରସବ କରିଥିଲେ। ପ୍ରସବର କିଛି ସମୟ ପରେ ସେ ନବଜାତ ଶିଶୁକୁ ସ୍ତନପାନ ମଧ୍ୟ କରାଇଥିଲେ। ସ୍ତନପାନ କରାଉଥିବା ବେଳେ ଅନ୍ନା ତାଙ୍କ କ୍ଷୀରର ରଙ୍ଗ ସବୁଜ ହୋଇଯାଇଥିବା ଦେଖି ଭୟଭୀତ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଏହା ଦେଖିବା ପରେ ସେ ତୁରନ୍ତ ଡାକ୍ତରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଡାକ୍ତର ମହିଳା ଓ ତାଙ୍କ ଶିଶୁଙ୍କ କରୋନା ଯାଞ୍ଚ କରାଇଥିଲେ। ଏହାପରେ ଅନ୍ନାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ମା’ଠାରୁ କ୍ଷୀର ପିଇଥିବା ହେତୁ ଶିଶୁ ବି କରୋନା ସଂକ୍ରମିତ ହୋଇଥିଲା। ଏହାପରେ ମା’ ଓ ଶିଶୁଙ୍କର ଡାକ୍ତରଖାନା ପକ୍ଷରୁ କରୋନା ଚିକିତ୍ସା ବି କରାଯାଇଥିଲା। ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ହୋଇଥିଲେ। ଆଉ ପରେ ଉଭୟଙ୍କ କରୋନା ରିପୋର୍ଟ ନେଗେଟିଭ ବି ଆସିଥିଲା। ଏହାପରେ ଅନ୍ନାଙ୍କ କ୍ଷୀରର ରଙ୍ଗ ଆପୋ ଆପେ ସ୍ୱାଭାବିକ ହୋଇଥିଲା ଅର୍ଥାତ୍ ଧଳା ହୋଇଥିବା ଜଣାପଡିଛି।

କିନ୍ତୁ ଏହି ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆଉ ଏନେଇ ପ୍ରତିକ୍ରିୟା ରଖି ଡାକ୍ତର କହିଛନ୍ତି ଯେ, ଆମ ଶରୀରରେ ଆଣ୍ଟିବଡ଼ି ସଂକ୍ରମଣ ସହ ଲଢିଥାଏ। ତେଣୁ ଆମେ ମାନେ ସନ୍ଦେହ କରୁଛୁ ଯେ, କରୋନା ସଂକ୍ରମଣ ହେବା ପରେ ତାଙ୍କର ହୁଏତ ଏହିପରି ପ୍ରତିକ୍ରିୟା ଦେଖାଦେଇଥିବ। କିନ୍ତୁ ଏନେଇ ବର୍ତ୍ତମାନ ସମୟରେ କୌଣସି ସ୍ପଷ୍ଟ ମତାମତ ଦେଇ ହେବ ନାହିଁ ବୋଲି ଡାକ୍ତର କହିଛନ୍ତି। ଆଉ ଏହି ଘଟଣାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

You might also like