ଭାରତର ଦୁଇ ରାଜ୍ୟରେ ମାତିଲା ଏହି ଭାଇରସ୍; ମଲେଣି ଶହେରୁ ଅଧିକ ପକ୍ଷୀ‌

ନୂଆଦିଲ୍ଲୀ: କରୋନା ସାରା ଦେଶରେ ହାହାକାର ପକାଇ ଦେଇଥିବା ବେଳେ ଏବେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଚିନ୍ତା ବଢ଼ାଇଲାଣି ବାର୍ଡଫ୍ଲୁ। ଏହି ରୋଗରେ କୁଆମାନଙ୍କ ମୃତ୍ୟୁ ହେଉଥିବା ରାଜସ୍ଥାନ ନାଗରିକ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତିନିଦିନ ତଳେ ବାର୍ଡଫ୍ଲୁରେ ମୃତ୍ୟୁ ହୋଇଥିବା କିଛି କୁଆଙ୍କର ମୃତ୍ୟୁଦେହ ମିଳିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ବାର୍ଡ ଫ୍ଲୁ ବ୍ୟାପିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯ।ଇଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ କୁଞ୍ଜିଲାଲ୍ ମୀନା ଏନେଇ ସୂଚନା ଦେଇ କହିଛନ୍ତି “କୋଟାରେ ବର୍ତ୍ତମାନ ସୁଧା ୪୭ କୁଆଙ୍କର ମୃତ୍ୟୁ ହୋଇଛି। ସେହିପରି ଜହଲୱାରରେ ୧୦୦ ବାରାନରେ ୭୨ କୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବୁନ୍ଦୀରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ। ସ୍ଥିତି ନିୟନ୍ତ୍ରଣ ପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେବା ସହିତ ସଚେତନାତ ସୃଷ୍ଟି କରୁଛୁ।”

କେବଳ ଶନିବାର ବାର୍ଡ ଫ୍ଲୁ ରୋଗରେ ଝଲୱାରରେ ୨୫ କୁଆ, ବାର୍‌ରାରେ ୧୯, ଓ କୋଟାରେ ୨୨ କୁଆଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଜୋଧ୍‌ପୁରରେ ୧୫୨ କୁଆଙ୍କର ମୃତଦେହ ମିଳିଥିଲା। ରାଜ୍ୟର ଝଲୱାର, କୋଟା, ପାଲ ଓ ଅନ୍ୟାନ୍ୟ ଜାଗାରୁ କୁଆଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। କେବଳ କୁଆ ନୁହେଁ, ମାଛରଙ୍କା ଓ ମେଗାପିସ୍‌ ପକ୍ଷୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଦେଖାଯାଇଛି। ବାର୍ଡ ଫ୍ଲୁରେ ମୃତ୍ୟୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଝାଲୱାରରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି।

ଲୋକମାନଙ୍କ ପାଖରେ ଲକ୍ଷଣ ଖୋଜା ଚାଲିଛି

ଦୁଇଟ ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଯାଇଥିବାରୁ ଏନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ରାଜ୍ୟରେ ଯେଉଁସବୁ ସ୍ଥାନରେ ବାର୍ଡ ଫ୍ଲୁ ରୋଗରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି ,ସେହିସବୁ ସ୍ଥାନରେ ସମ୍ପଲ ଟେଷ୍ଟ କରାଯାଇଛି। ତା ସହିତ କାହାଠାରେ ବାର୍ଡ ଫ୍ଲୁ ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି।

ଏନେଇ ଇନ୍ଦୋର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ପୁର୍ଣ୍ଣିମା ଗାଡାରିଆ କହିଛନ୍ତି ”ଗତ ମଙ୍ଗଳବାର ମଧ୍ୟପ୍ରଦେଶ ଇନ୍ଦୋରର ଡେଲି କଲେଜ୍‌ କ୍ୟାମ୍ପସ ନିକଟରେ ୫୦ଟି କୁଆଙ୍କର ମୃତଦେହ ମିଳିଥିଲା। ଏହାର କିଛି ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଭୋପାଳ ପଠାଯାଇଛି। ସମ୍ପଲରେ ମୃତ କୁଆଗୁଡ଼ିକ ଠାରେ  H5N8 ଭାଇରସ୍ ଥିବା ଦେଖିବାକୁ ମିଳିଛି। ”

ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ହେବ।

କଲେଜ ଅଞ୍ଚଳରୁ ଆଖାପାଖ ୫ କିମି ଭିତରେ ଏକ ସର୍ଭେ ଆରମ୍ଭ ହୋଇଯାଇଛି। ଯେଉଁ ବ୍ୟକ୍ତିମାନଙ୍କୁ ଥଣ୍ଡା, କଫ ଓ ଜ୍ୱର ହୋଇଥିବ ସେମାନଙ୍କୁ ସ୍ୱାବ ସାମ୍ପଲ ଟେଷ୍ଟ କରାଯିବ ବୋଲି ପୁର୍ଣ୍ଣିମା ଗାଡାରିଆ କହିଛନ୍ତି।

ଅନ୍ୟପଟେ ଇନ୍ଦୋର ପ୍ରାଣୀ ଚିକିତ୍ସା ସେବାର ଉପନିର୍ଦ୍ଦେଶକ ପ୍ରମୋଦ ଶର୍ମା କହିଛନ୍ତି ଯେ, ଶୁକ୍ରବାର ଡେଲି କଲେଜ କ୍ୟାମ୍ପସ ନିକଟରୁ ୨୦ କୁଆର ମୃତଦେହ ମିଳିଥିଲା। ଏହାର ସାମ୍ପଲ ଟେଷ୍ଟ ପାଇଁ ପଠାଇଯାଇଥିବା ବେଳେ ଟେଷ୍ଟ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ।

ବାର୍ଡ ଫ୍ଲୁ ମଧ୍ୟ ଏକ ମାରାତ୍ମକ ରୋଗ। ଏହା ମଣିଷ ଶରୀରକୁ ବ୍ୟାପିବାର ଆଶଙ୍କା ରହିଛି। ଏମିତିକି ମଣିଷର ମୃତ୍ୟୁ ବି ହୋଇପାରେ। ପ୍ରୋଟୋକଲ୍ ଅନୁସାରେ, ଯେଉଁ ସ୍ଥାନମାନଙ୍କରେ ପକ୍ଷୀ ମୃତ୍ୟୁ ହୋଇଥିବା ଖବର ଆସିଛି ସେହି ସ୍ଥାନମାନଙ୍କୁ ନଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଯଦି ଏହି ଅଞ୍ଚଳରୁ ଗୋଟିଏ କିମି ମଧ୍ୟରେ କୁକୁଡ଼ା ଫାର୍ମ ରହିଛି ତେବେ ଫ୍ଲୁ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି।

 

 

You might also like