୭ଟି ରାଜ୍ୟରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ, ଦିଲ୍ଳୀର ୪ ବଡ଼ ପାର୍କକୁ ପ୍ରବେଶ ନିଷେଦ୍ଧ

ସତର୍କ ଅଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ଦ୍ଵିତୀୟ ଷ୍ଟ୍ରେନ ଆରମ୍ଭ ହୋଇଯାଇଥିବା ବାର୍ଡ଼ ଫ୍ଲୁ ପୁଣି ନୂଆ ସଙ୍କଟ ସୃଷ୍ଟି କରିଛି। ଦେଶର ୭ଟି ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଖେଳାଇଥିବା ବେଳ  ବିଭିନ୍ନ ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ  ବାର୍ଡ ଫ୍ଲୁର ନମୂନା ପଜିଟିଭ୍ ଆସିଛି।  ଏହାସହ ଛତିଶଗଡ ସମେତ ଦିଲ୍ଲୀରେ ମଧ୍ୟ ପକ୍ଷୀ ମରିପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀର ସଞ୍ଜୟ ହ୍ରଦରୁ କାଉ ମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଖବର ମଧ୍ୟ ମିଳିଛି।

ହରିୟାଣାର ପଞ୍ଚକୁଲା ଜିଲ୍ଲାର ଦୁଇଟି କୁକୁଡ଼ା କମ୍ପାନୀରୁ ନିଆଯାଇଥିବା ନମୁନାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା (ବାର୍ଡ ଫ୍ଲୁ) ସ୍ପଷ୍ଟ ହେବା ପରେ ମଧ୍ୟପ୍ରଦେଶର ଶିବପୁରୀ, ରାଜଗଡ଼, ଶାଜାପୁରରେ ମଧ୍ୟ ବାର୍ଡ ଫ୍ଲୁ ମାମଲା ଦେଖିବାକୁ ମିଳିଛି।  ଉତ୍ତରପ୍ରଦେଶର ପ୍ରାଣୀ ଉଦ୍ୟାନ ଓ କାନପୁରକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ଠାରେ ଫ୍ଲୁ ଲକ୍ଷଣ ଥିବା ସ୍ପଷ୍ଟ ହୋଇଛି।  ଆଉ ଏଥିପାଇଁ ପଶୁପାଳନ ଓ ଡାଏରୀ ବିଭାଗ, ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ପରାମର୍ଶ ଜାରି କରିଛନ୍ତି । ସଂକ୍ରମଣ ରୋକିବା ପାଇଁ  ତଥା ଆଗକୁ ଏହି ରୋଗ କିପରି ନ ବ୍ୟାପିବ ସେଥିପ୍ରତି ଅଧିକ  ଧ୍ୟାନ ଦିଆଯାଉଛି।

ସେପଟେ ଭୋପାଳରେ କାଉ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିବା ସହ କୁକୁଡ଼ା ଏବଂ ଅଣ୍ଡା ଦୋକାନକୁ ୧୫ ଦିନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାର୍ଡ଼ ଫ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉ ମରିପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ ଏବ ସୁଦ୍ଧା ଓଡ଼ିଶାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିନାହିଁ । ଏଯାଏ ପରୀକ୍ଷା ହୋଇଥିବା ୧୨ ହଜାର ୧୫୮ଟି ନମୁନାରେ ବାର୍ଡ ଫ୍ଲୁ ଲକ୍ଷଣ ନାହିଁ ବୋଲି କହିଛି ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ । ସେହିପରି ଅଧତ୍କ ପରୀକ୍ଷା ନିରୀକ୍ଷା ପାଇଁ ନମୁନା ଗୁଡ଼ିକୁ କୋଲକାତା ପଠାଯାଇଛି। କୌଣସି ଅଞ୍ଚଳରେ ପକ୍ଷୀ ମଡ଼କ ଦେଖାଗଲେ ତୁରନ୍ତ ସ୍ଥାନୀୟ ପ୍ରାଣୀ ଚିକିତ୍ସକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧତ୍କାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

You might also like