ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନ ଉପରେ କ୍ରୋଧ ପ୍ରକାଶ କରି ପାକିସ୍ତାନ ମୁଖା ଖୋଲିଛନ୍ତି ବିପିନ।

ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି। ଏନେଇ ଭାରତ ପକ୍ଷରୁ ଯଥେଷ୍ଟ ପ୍ରମାଣ ପ୍ରଦାନ କରାଯାଇଛି। ତଥାପି ପାକିସ୍ତାନ ମାନିବାକୁ ନାରାଜ। ପାକ୍ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ସହ ପାକିସ୍ତାନ ଭାରତରେ ଲଗାତର ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଥାକୁ ପାକିସ୍ତାନ ଜମାରୁ ମାନୁ ନାହିଁ ବୋଲି ବିପିନ ରାୱତ୍ କହିଛନ୍ତି।

ପୁଲଓ୍ୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ନଥିଲା ବୋଲି ଆମେରିକାରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। ଇମ୍ରାନଙ୍କ ବୟାନକୁ ନେଇ ଆଜି ଏଭଳି ପାଲଟା ଟାର୍ଗେଟ୍‌ କରିଛନ୍ତି ସେନା ମୁଖ୍ୟ।

ସୂଚନା ଥାଉକି, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପଛରେ ଜୈସ ଏ ମହମ୍ମଦ ହାତ ଥିବା ସ୍ୱୀକାର କରିଥିଲେ ମଧ୍ୟ କଶ୍ମୀରରେ ସକ୍ରୀୟ ଥିବା ଜୈସ ଗୋଷ୍ଠୀକୁ ଦାୟୀ କରିଛନ୍ତି ଇମ୍ରାନ। ଜୈସ-ଏ- ମହମ୍ମଦ ପାକିସ୍ତାନରେ ନିଜ କାର୍ଯ୍ୟକଳାପ ଚଳାଇଥିଲେ ମଧ୍ୟ ସ୍ଥାନୀୟ ଆତଙ୍କବାଦୀମାନେ ପୁଲଓ୍ୱାମା ଆକ୍ରମଣ ଘଟାଇଥିବା ସେ ଦାବି କରିଛନ୍ତି।

You might also like