ଆମେରିକାର ନମ୍ୱରଓ୍ୱାନ ଚାଷୀ ବିଲ୍ ଗେଟସ୍, କିଣିଲେଣି ଅଢେଇ ଲକ୍ଷ ହେକ୍ଟର ଜମି

ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା।

ନୂଆଦିଲ୍ଲୀ: ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା। ସେଠାରେ ଚାଷ ଜମି କିଣୁଛନ୍ତି କୋଟିପତି। ଏହି ତାଲିକାରେ ଆଗରେ ଅଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍। ଆମେରିକାରେ ଏକର ଏକର ଚାଷ ଜମି କିଣି ସେ ଏବେ ଚର୍ଚ୍ଚାରେ। ଚାଷୀ ଓ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଲ୍ ଗେଟସ୍‌ ଏବେ ଚାଷ ଜମି କିଣିବାରେ ବ୍ୟସ୍ତ। ବର୍ତ୍ତମାନ ସୁଦ୍ଧା ଆମେରିକାର ୧୮ଟି ରାଜ୍ୟରେ ସେ ପଖାପାଖି ଅଢେଇ ଲକ୍ଷ ହେକ୍ଟର ଚାଷ ଜମି କିଣି ସାରିଲେଣି। ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ ବିଲ୍‌ ଗେଟସ୍‌ ଏବେ ଆମେରିକାର ସବୁଠାରୁ ବଡ ଚାଷୀ।

ଚାଷ ଜମିକୁ ଛାଡି ଅନ୍ୟାନ୍ୟ ଜମି କିଣିବାରେ ମଧ୍ୟ ସେ ଲାଗି ପଡିଛନ୍ତି। ଏମିତିକି ଜମି କିଣାକିଣିରେ ସେ ପୁଞ୍ଜି ନିବେଶ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଆମେରିକାରେ ମୋଟ ୨ ଲକ୍ଷ ୬୮ ହଜାର ୯୮୪ ହେକ୍ଟର ଜମିର ମାଲିକ ହୋଇ ସାରିଲେଣି ବିଲ ଗେଟସ୍‌। ଯେଉଁଥିରେ କେବଳ ଚାଷ ଜମି ହେଉଛି ୨ ଲକ୍ଷ ୪୨ ହଜାର ହେକ୍ଟର।

ବିଶ୍ୱର ଚତୁର୍ଥ ଧନୀ ବିଲ ଗେଟସଙ୍କର ଆମେରିକାର ଲୁସିୟାନାରେ ୬୯ ହଜାର ହେକ୍ଟର, ଅର୍କସସ୍‌ରେ ୪୭ ହଜାର ହେକ୍ଟର, ଏରିଜୋନାରେ ୨୫ ହଜାର ହେକ୍ଟର ଚାଷଜମି କିଣି ସାରିଲେଣି। ତେବେ ବିଲ୍‌ ଗେଟସ୍‌ ଏତେ ପରିମାଣର ଜମି କାହିଁକି କିଣୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ବିଲ୍ ଗେଟସ୍‌ ଏହି ଜମିଗୁଡିକୁ ସିଧାସଳଖ ପର୍ସନାଲ ଇନଭେଷ୍ଟମେଣ୍ଟ୍ ଏଣ୍ଟିଟି କାରକେଡ୍ କରିଆରେ କିଣୁଥିବା ଜଣାପଡିଛି।

ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ବିଲ ଗେଟସ୍‌ ଓ୍ୱାଶିଂଟନରେ ପ୍ରାୟ ୧୬ ହଜାର ହେକ୍ଟର ଜମି କିଣିଥିଲେ। ଯେଉଁଥିରେ ହେବେନ୍‌ ହିଲ୍ସ ଅଞ୍ଚଳର ୧୪ ହଜାର ୫୦୦ ହେକ୍ଟର ଚାଷ ଜମି ରହିଛି। ଏହାକୁ ଗେଟସ୍‌ ପ୍ରାୟ ୧୨୫୧ କୋଟି ଟଙ୍କାରେ କିଣିଥିଲେ।

ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାମ କରୁଛି ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍‌। ଆଫ୍ରିକା ସମେତ ବିଭିନ୍ନ ବିକାଶଶୀଳ ଦେଶମାନଙ୍କର ଛୋଟ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୦୮ ମସିହାରେ ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍‌ ୨୨୩୮ କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଥିଲା। ତେବେ କେବଳ ଚାଷୀମାନଙ୍କୁ ନୁହେଁ କାଙ୍ଗାଳ ପାକିସ୍ତାନକୁ ମଧ୍ୟ ସାହାଯ୍ୟ କରିଥିଲେ ବିଲ।

You might also like