ବିବାହର ୨୭ ବର୍ଷ ପରେ ପତ୍ନୀଙ୍କୁ ତଲାକ୍‌ ଦେବେ ବିଲ୍‌ ଗେଟସ୍‌

ନ୍ୟୁୟର୍କ: ମାଇକ୍ରୋସପ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କ ପାରିବାରିକ ଜୀବନରେ ଫାଟ । ବିବାହର ୨୭ ବର୍ଷ ପରେ ବିଲ୍‌ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ । ଏ ନେଇ ଦୁହେଁ ଘୋଷଣା କରିଛନ୍ତି । ଏକ ବୟାନରେ ଉଭୟେ କହିଛନ୍ତି, ଏବେ ଦୁହେଁ ଏକା ସାଥିରେ ଆଉ ରହି ପାରିବେ ନାହିଁ ।

୧୯୯୪ରେ ବିଲ୍‌ ଗେଟସ,  ମେଲିଣ୍ଡାଙ୍କୁ ବିବାହ କରିଥିଲେ । ଏଠି କହିରଖିବୁ, ଦୁନିଆର ସବୁଠାରୁ ଧନୀ ତାଲିକାରେ ବିଲ୍‌ ଗେଟସଙ୍କ ନାଁ ରିହିଛି ।

ବିଲ ଗେଟସ ସୋଶାଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ତଲାକକୁ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ‘ବହୁ ଆଲୋଚନା ଏବଂ ଆମ ସମ୍ପର୍କକୁ ନେଇ କାମ କରିବା ପରେ ଆମେ ଆମ ବିବାହକୁ ଏଠାରେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷ ମଧ୍ୟରେ ଆମର ତିନି ସନ୍ତାନଙ୍କ ବଡ କରିଛୁ । ଆମେ ଏକ ଫାଉଣ୍ଡେସନ ବି କରିଛୁ ଯେଉଁ ଫାଉଣ୍ଡେସନ ପୃଥିବୀବାସୀଙ୍କ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନ ପାଇଁ କାମ କରୁଛି ।’

ଏଠି କହିରଖିବୁ, ବିଲ୍‌ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସଙ୍କ ପ୍ରଥମ ସାକ୍ଷାତ ୧୯୮୭ରେ ହୋଇଥିଲା । ସେ ସମୟରେ ମିଲିଣ୍ଡା ମାଇକ୍ରୋସପ୍ଟୂରେ ପ୍ରଡକ୍ଟ ମ୍ୟାନେଜର ଭାବେ କାମ କରିବା ଆରମ୍ଭ କରିଥିଲେ । ୧୯୯୪ରେ ଉଭୟେ ହବାଇର ଲାନୀ ଦ୍ୱୀପରେ ବିବାହ କରିଥିଲେ । କୁହାଯାଏ, ସେ ସମୟରେ ଭିଡ କମ୍‌ କରିବା ପାଇଁ ସେ ସମସ୍ତ ହେଲିକପ୍ଟର ଭଡାରେ ନେଇ ଯାଇଥିଲେ ।

ସୂଚନାଥାଉ କି, ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କ ବାପା ବିଲ୍‌ ଗେଟସ୍‌ ସିନିୟରଙ୍କର ଗତବର୍ଷ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ପରିବାର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ ।

You might also like