ଗଣଦୁଷ୍କର୍ମ ପରେ ମା’ ଶିଶୁଙ୍କୁ କେନାଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ
ବକ୍ସର: ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ହାଥରସ ନିଆଁରେ ସାରା ଦେଶ ଏବେ ଜଳୁଥିବାବେଳେ ସେମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ। ଜଣେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହିତ ତାଙ୍କର ୫ ବର୍ଷର ସନ୍ତାନକୁ ମଧ୍ୟ ପାଣିକୁ ଫିଙ୍ଗି ଦେଇଛନ୍ତି। ଶିଶୁ ସନ୍ତାନକୁ ପାଣିରୁ ମୃତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରଛି।
ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୫ବର୍ଷର ଶିଶୁଟିଏ ପାଣିରେ ବୁଡ଼ି ଯାଉଥିବାବେଳେ ଚିତ୍କାର କରିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଶିଶୁଟିର ମୃତ୍ୟୁ ଘଟିଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ଏହି ଘଟଣାରେ ଏକ ଏକ ମାମଲା ଦାଏର କରାଯାଇଛି। ପୋଲିସ ୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି। ଅନ୍ୟମାନେ ଫେରାର ଅଛନ୍ତି।
ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି। ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।