ବିହାର ମୁଜାଫରପୁର ଦୁଷ୍କର୍ମ ମାମଲାରେ ସିବିଅାଇ ଖୋଲତାଡ଼

ବିହାର  : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ ହୋଇଛି।

ମିିଳିଥିବା ସୂଚନା ମୁତାବକ ବ୍ରିଜେଶର ଖବରକାଗଜ ଅଫିସ୍ ଏବଂ ଅନ୍ୟ ଠିକଣାରେ ମଧ୍ୟ ଯାଇ ଯାଞ୍ଚ କରାଯିବ। ତେବେ ଘଟଣାକୁ ନେଇ ଦୁଇ ସପ୍ତାହ ମଧ୍ୟରେ ପାଟଣା ହାଇକୋର୍ଟକୁ ରିପୋର୍ଟ ଦେବ ସିବିଅାଇ । ତେଣୁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନୀତ କରାଯାଇଛି। ବ୍ରିଜେଶ ସହ ଅାଉ କେଉଁମାନେ ଘଟଣା ସହ ସଂପୃକ୍ତ ଥିଲେ ? ଅାଶ୍ରୟ ସ୍ଥଳିର ଅନ୍ୟ କେଉଁ କର୍ମଚାରୀଙ୍କ ସଂପୃକ୍ତି ଅଛି କି ? ଏବଂ ଏହାସହ ବହୁ ଥର ଏନେଇ ଅଭିଯୋଗ ହେବା ପରେ ମଧ୍ୟ କାହିଁକି ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ସେ ସବୁ ଦିଗକୁ ତଦନ୍ତ କରିବ ସିବିଅାଇ।

ମୁଜାଫରପୁର ଅାଶ୍ରୟ ସ୍ଥଳିରେ ୩୪ ଜଣଙ୍କ ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ମାମଲାରେ ସଂସ୍ଥା ସହ ଜଡ଼ିତ ବ୍ରିଜେଶ ଏବଂ ତାଙ୍କ ଏନ୍‌ଜିଓର କିଛି କର୍ମଚାରୀଙ୍କ ସମେତ ୧୦ ଜଣଙ୍କ ନାଁରେ ପସ୍କୋ ଅାକ୍ଟରେ ମାମଲା ରୁଜୁ ହୋଇଛି। ଏହି ହୃଦୟବିଦାରକ ଘଟଣାର ତ୍ୱରିତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ। ଏହି ନିନ୍ଦନୀୟ ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଜରୁରୀ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ଦାୟିତ୍ୱ ରଖିଛନ୍ତି। ହେଲେ ରାଜ୍ୟର ମହିଳାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ନୁହଁ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ତେଜସ୍ୱୀଙ୍କ ଅଭିଯୋଗକୁ ନେଇ ଜେଡିୟୁର ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like