• translate
Rajalaxmi Sahoo

ପାଟନା: ବିହାର ସରକାର କ’ଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ? କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ପ୍ରକୃତ ସଂଖ୍ୟା ଲୁଚାଇ ଏହାକୁ କମ୍‌ କରି କ’ଣ ବିହାର ସରକାର ତଥ୍ୟ ପ୍ରଦାନ କରୁଛନ୍ତି ? ଗତ ୫ ମାସରେ ବିହାରରେ ପାଖାପାଖି ୭୫ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। କରୋନାର ଦ୍ୱିତୀୟ ଲହରରେ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ନୂଆ ତଥ୍ୟରେ ଏଭଳି କିଛି ଖୁଲାସା ହୋଇଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୧୯, ଜାନୁଆରୀ-ମେ’ରେ ବିହାରରେ ପାଖାପାଖି ୧.୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟର ସିଭିଲ୍‌ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ଅନୁସାରେ, ୨୦୨୧ରେ ଏହି ସମୟ ସୀମାରେ ଏହି ସଂଖ୍ୟା ୨.୨ ଲକ୍ଷ ଥିଲା, ଯାହାକି ପାଖାପାଖି ୮୨,୫୦୦ ଅନ୍ତର ବୋଲି ଦେଖିବାକୁ ମିଳିଛି। ଏଥିମଧ୍ୟରୁ ଅଧାରୁ ଅଧିକ ୬୨% ବୃଦ୍ଧି ଘଟିଥିଲା ଓ ଏହା ଚଳିତ ବର୍ଷ ମେ’ରେ ରେକର୍ଡ କରାଯାଇଥିଲା।

୨୦୨୧, ଜାନୁଆରୀ-ମେ’ରେ ବିହାରର ଅଫିସିଆଲ୍‌ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୭,୭୧୭ ଥିଲା, ଚଳିତ ମାସ ପ୍ରଥମାର୍ଦ୍ଧରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରାଯାଇ ୩,୯୫୧ ସଂଖ୍ୟା ଯୋଡ଼ା ଯାଇଥିଲା। ଫଳରେ ଏହି ସଂଖ୍ୟା ୭,୭୧୭ରେ ପହଞ୍ଚି ଥିଲା। ଯଦ୍ୱାରା ବିହାରରେ କରୋନା ମୃତ୍ୟୁ ସଂଖ୍ୟାରେ ହଠାତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ତେବେ ନିର୍ଦ୍ଦିଷ୍ଟ କେଉଁ ଦିନ ୩,୯୫୧ ଜଣଙ୍କ ମୃତ୍ୟୁ ଘଟିଥିଲା ତାହା ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇ ନାହିଁ। କୁହାଯାଉଛି , ୨୦୨୧ରେ ଏମାନଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପ୍ରଶ୍ନ ଉଠୁଛି, କ’ଣ ସଂଶୋଧନ ପରେ ମଧ୍ୟ ବିହାର ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ?

ଜୁନ୍‌ ୯ରେ ବିହାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଏକ ବଡ଼ ଧରଣର ସଂଶୋଧନ ପରେ ସାରା ଦେଶର ଏହା ମୃତ୍ୟୁ ହାରକୁ ବଢ଼ାଇ ଦେଇଥିଲା। ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂଶୋଧନ କରାଯାଇଥିଲା।

Other Stories