ବିହାର ରାଜନୀତି; ଆଜି ଏନଡିଏ ବିଧାୟକ ଦଳ ନେତା ଚୟନ

ପାଟଣା: ବିହାରରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ।  ଆଜି ପାଟନାରେ ବସିବ ଏନଡିଏ ବିଧାୟକ ଦଳର ବୈଠକ। ବୈଠକରେ ନୀତିଶ କୁମାରଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି ।

ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ। ଜେଡିୟୁ ମାତ୍ର ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ଥିବାରୁ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିଲା । ତେବେ ନୀତିଶଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ଏହାର ଅବସାନ ଘଟିଥିଲା ।

ଶୁକ୍ରବାର ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଇସ୍ତଫା ଦେବା ସହ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ଯାଏଁ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ କହିଥିଲେ ।

You might also like