ବିହାରରେ ୮ ଜୁନ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା : ସଂକ୍ରମକୁ ଦୃଷ୍ଟିରେ ରଖି ବିହାରରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସଂକ୍ରମଣ ସମର୍କିତ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଠ ଜୁନ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଲକଡାଉନ୍ କଟକଣା ମଧ୍ୟରେ ବ୍ୟବସାୟୀଙ୍କ ପାଇଁ କଟକଣା କୋହଳ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରିଛନ୍ତି ।

ବିହାରରେ କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ମେ ୫ରୁ ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ । କରୋନାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ବାହାରୁଥିବା ସଂକ୍ରମଣ ରିପୋର୍ଟ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା ଉପରେ ଲକଡାଉନ୍ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଥର ପାଇଁ ମେ ୧୫ ପର‌୍ୟ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା ହୋଇଥିଲା । ସଂକ୍ରମଣ ହ୍ରାସ ନହେବାରୁ ପୁନର୍ବାର ମେ ୨୫ କୁ ବୃଦ୍ଧି କରାଯାଇଥିଲା । ଏହାପରେ ମେ ୨୫ ପରେ ପୁଣି ଥରେ ଜୁନ୍ ୧ ପର୍ଯ୍ୟନ୍ତ  ଲକଡାଉନ କରାଯାଇଥିଲା । ତେବେ ବିହାରରେ ଲକଡାଉନ ଯୋଗୁଁ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି ।

 

ତାଲାବନ୍ଦ ପୂର୍ବରୁ ବିହାରରେ ପ୍ରତିଦିନ ଦଶ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଥିଲେ । ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେବାରୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ । ଏହା ପରେ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ଚାରି ଘଣ୍ଟା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲାଯାଉଛି ।

ଗତ ଦଶ ଦିନ ମଧ୍ୟରେ ବିହାରରେ ଚିହ୍ନଟ କରୋନା ସଂକ୍ରମିତଙ୍କ ସଂଖ୍ୟା

ମେ ୩୦ – ୧,୪୭୫
ମେ ୨୯ – ୧,୪୯୧
ମେ ୨୮ – ୧ – ୨,୫୬୮
ମେ ୨୬  – ୨,୬୦୩
ମେ ୨୫  – ୩,୩୦୬
ମେ ୨୪ – ୨,୮୪୪
ମେ ୨୩- ୪,୦୦୨
ମେ ୨୨ – ୪,୩୭୫
ମେ ୨୧ – ୫,୧୫୪

You might also like