ଅଧିବେଶନ ଆରମ୍ଭ ପୂର୍ବରୁ ବିଧାୟକଙ୍କ ପାଇଁ ହୋଟେଲରେ ବୁକ୍ ହେଲା ୧୦୦ ରୁମ୍‌

ପାଟନା: ବିହାର ନିର୍ବାଚନ ସରିଯାଇଛି। ଏନଡିଏ ମେଣ୍ଟ ବିହାରରେ ନିର୍ବାଚନ ଜିତିବା ପରେ ନିତିଶ କୁମାର ବିଧାୟକଙ୍କ ପାଇଁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ବିହାରରେ ଏକ ହୋଟେଲ ଏକ ସପ୍ତାହ ପାଇଁ କିଣି ନେଇଛନ୍ତି ନିତିଶ କୁମାର । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରାୟ ୩୮ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ବିଧାୟକଙ୍କ ପାଇଁ ପାଟନାର ଏକ ହୋଟେଲ୍‌ରେ ୧୦୦ଟି ରୁମ୍‌ ବୁକ୍‌ କରାଯାଇଛି। ଏକ ସପ୍ତାହ ପାଇଁ ବିଧାୟକମାନେ ଏହି ହୋଟେଲରେ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବେ।

ଏହି ହୋଟେଲ୍‌ରେ ବ୍ରେକ୍‌ଫାଷ୍ଟ, ଲଞ୍ଚ, ଡିନର୍‌ ସବୁକିଛି ମାଗଣାରେ ମିଳିବ। ହୋଟେଲର ବିଲ୍‌ ବିଧାନସଭା ସଚିବାଳୟ ପକ୍ଷରୁ କରାଯିବ। ହୋଟେଲରେ ରହିବା ପାଇଁ ବିଧାୟକମାନଙ୍କୁ ବିଧାନସଭା ସଚିବାଳୟ ପତ୍ର ଦେବାକୁ ପଡ଼ିବ। ଏହା ପରେ ବିଧାୟକମାନଙ୍କୁ ହୋଟେଲ ରୁମ୍‌ ଆବଣ୍ଟନ କରାଯିବ। ସୂଚନାଥାଉ କି, ପ୍ରତି ବିଧାନସଭା ନିର୍ବାଚନ ପରେ ହେବାକୁ ଥିବା ପ୍ରଥମ ଅଧିବେଶନ ପୂର୍ବରୁ ନୂଆ ବିଧାୟକମାନଙ୍କ ପାଇଁ ଏପରି ବ୍ୟବସ୍ଥା କରାଯାଇଥାଏ।

ପଢ଼ନ୍ତୁ ଦେଶ ବିଦେଶ ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ଖବର 

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକମାନଙ୍କୁ ଏହି ସୁବିଧା ମିଳିଥାଏ। ବିଶେଷକରି ଯେଉଁମାନଙ୍କ ପାଖରେ ରହିବା ପାଇଁ ପାଟଣାରେ ଘର କିମ୍ବା ଅନ୍ୟ ବ୍ୟବସ୍ଥା ନ ଥାଏ। ପ୍ରଥମେ ଏହି ବିଧାୟକଙ୍କୁ ରୁମ୍‌ ମିଳିଥାଏ। ପରେ ଅନ୍ୟମାନଙ୍କୁ ଦିଅଯାଏ।

ସୂଚନାଥାଉ କି, ବିହାରର ୧୭ତମ ବିଧାନସଭାର ପ୍ରଥମ ବୈଠକ ୨୩ ରୁ ୨୭ ନଭେମ୍ବର ମଧ୍ୟରେ ଚାଲିବ । ଗୃହର ପ୍ରଥମ ବୈଠକ ପରେ ବିଧାୟକଙ୍କୁ ଆବାସ ବଣ୍ଟନ କରାଯିବ। ସରକାରୀ ବାସଭବନ ନ ମିଳିବା ପର୍ଯ୍ୟନ୍ତ ବିଧାୟକମାନେ ସରକାରୀ ଖର୍ଚ୍ଚରେ ରହିବେ।

ଆହୁରି ପଢ଼ନ୍ତୁ:ପତ୍ନୀଙ୍କୁ ଚ୍ୟାଲେଞ୍ଜ କରି ନିର୍ବାଚନ ଜିତିଲେ ତେଜ୍‌ ପ୍ରତାପ

 

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like