ଭାସିଗଲା ୨୬୪ କୋଟି ଟଙ୍କାର ବ୍ରିଜ୍
ଛପରା: ବିହାରରେ ବର୍ଷା ବିତ୍ପାତ ନିଦ ହଜାଇ ଦେଇଛି। ହେଲେ ବନ୍ୟାକୁ ନେଇ ବିହାର ଯେତିକି ଚର୍ଚ୍ଚାକୁ ଆସିନି ତାଠାରୁ ବେଶୀ ଚର୍ଚ୍ଚାକୁ ଆସିଛି ଏହି ପୋଲ ପାଇଁ। ପ୍ରଳୟଙ୍କରୀ ବନ୍ୟାରେ ପୋଲଟିଏ ଭାସି ଯାଇଛି। ତେବେ ଚର୍ଚ୍ଚା ଏଥିପାଇଁ ଯେ, ୨୯ ଦିନର ଏହି ପୋଲଟି ପାଇଁ ଖର୍ଚ୍ଚ ହୋଇଥିଲା ୨୬୪ କୋଟି ଟଙ୍କା।
୨୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ସତ୍ତରାଘାଟ ମହାସେତୁ ପ୍ରଳୟଙ୍କରୀ ବନ୍ୟାସ୍ରୋତରେ ଭାସି ଯାଇଛି। ଫଳରେ ଚମ୍ପାରଣ, ତିରହୁତ ଏବଂ ସାରଣର କେତେକ ଜିଲ୍ଲା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଏହାକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ ନୀତିଶ ସରକାରଙ୍କୁ ଘେରିଛନ୍ତି। ବ୍ରିଜ ନିର୍ମାଣରେ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ କରି ଏହି ଅର୍ଥ ଅଫିସରଙ୍କଠାରୁ ଆଦାୟ କରାଯାଉ ବୋଲି କହିଛନ୍ତି।
ସୂଚନାଥାଉ କି, ଏହି ବ୍ରିଜକୁ ଜୁନ ୧୬ ତାରିଖ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟଣାରେ ଏକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏଥିପାଇଁ ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।