୫୪୭ ଅଧିକ ଭୋଟରେ ଜିତିଥିଲେ, ୧୨ ଖଣ୍ଡ ଭୋଟ ପାଇଁ ହାରିଗଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି।  ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ ଯାଇଛି। ମାତ୍ର ୧୨ ଖଣ୍ଡ ଭୋଟ ଅଧିକ ପାଇ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ନିର୍ବାଚନ କମିଶନଙ୍କ ସୁତ୍ରରୁ ଜଣାଯାଇଛି,  ଏହି ସିଟ୍‌ରୁ ବିଜୟୀ ହୋଇଛନ୍ତି ଜେଡିୟୁର କ୍ରିଷ୍ଣା ମୁରାରୀ ସରନ। ସେ ୬୧, ୮୪୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ ପାଇଛନ୍ତି ୬୧, ୮୩୬ ଖଣ୍ଡ ଭୋଟ।  ମଙ୍ଗଳବାର ରାତିରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।

ସୂଚନା ଥାଉ କି, ରିଟର୍ଣ୍ଣିଂ ଅଫିସର ପ୍ରଥମେ ଘୋଷଣା କଲେ ଯେ, ହିଲଶା ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ବିଜୟୀ ହୋଇଛନ୍ତି। ୫୪୭ ଖଣ୍ଡ ଭୋଟ ଅଧିକ ପାଇ ସେ ଏହି ଆସନକୁ ହାତେଇଛନ୍ତି। ତେବେ ସେ ସାର୍ଟିଫିକେଟ ଇସ୍ୟୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ହେଲେ କିଛି ସମୟ ପରେ ରିଟର୍ଣ୍ଣି ଅଫିସର ମୁଖ୍ୟମନ୍ତ୍ରୀ ଅଫିସରୁ ଏକ ଫୋନ କଲ୍‌ ପାଇଲେ ଏବଂ ତା’ ପରେ ଘୋଷଣା କଲେ ଆରଜେଡି ନେତା ଶକ୍ତି ସିଂ ମାତ୍ର ୧୩ ଖଣ୍ଡ ଭୋଟ ପାଇଁ ହାରିଗଲେ। ପୋଷ୍ଟାଲ ବାଲଟ ବାତିଲ ହୋଇଯିବାରୁ ସେ ପଛରେ ପଡିଯାଇଥିବା ଜଣାଯାଇଛି।

ଯାହା ବି ହେଉ, ମଙ୍ଗଳବାର ରାତି ୧୦ଟାରେ ଇସି ଏକ ପ୍ରେସ କନ୍‌ଫରେନ୍ସରେ ଏ ବିଷୟରେ ସୂଚନା ଦେଇଥିଲେ। ଜେଡିୟୁ ନେତା କ୍ରିଷ୍ଣା ମୁରାରୀ୨୩୨ ପୋଷ୍ଟାଲ ବାଲାଟ ପାଇଥିବାବେଳେ ଆରଜେଡିକୁ ପୋଷ୍ଟାଲ ଭୋଟ ୨୩୩ ମିଳିଥିବା କୁହାଯାଉଛି । ତେବେ ଏହି ଆସନ ଫଳାଫଳକୁ ନେଇ ଆରଜେଡି ପ୍ରତିକ୍ରିୟା ପ୍ରକାଶ ପାଇଛି।

 

ଆହୁରି ପଢ଼ନ୍ତୁ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିବା ଏହି ବ୍ୟକ୍ତିଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ

You might also like