ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ।

ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ ଘୋଷଣା କରାଯାଇପାରେ। ଯଦି, ଏପରି ହୁଏ ତେବେ ଓଡ଼ିଶାରେ ବି ଖାଲି ପଡ଼ିଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରରେ ନଭେମ୍ବର ୨୯ ପୂର୍ବରୁ ଉପ ନିର୍ବାଚନ ହେବ। ଉପନିର୍ବାଚନ ପାଇଁ ପ୍ରଚାର, ଭୋଟିଂ ଏଥର କରୋନା କଟକଣା ମଧ୍ୟରେ ହେବ। ଯାହାକୁ ନେଇ ପୂର୍ବରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି।

 

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like