ବିହାରରେ ପଢ଼ୁଛନ୍ତି ଇମ୍ରାନ୍ ଓ ସନ୍ନି ଲିଓନୀଙ୍କ ପୁଅ ! ଜାଣନ୍ତୁ ପୂରା ଘଟଣା…

ପାଟନା: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାଶମି ଓ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ୨୦ ବର୍ଷୀୟ ‘ପୁଅ’ ବିହାରର ମୁଜାଫରପୁର ସ୍ଥିତ ଏକ କଲେଜରେ ପଢ଼ୁଛନ୍ତି। ଏହା ଜାଣିଲା ପରେ ନିଶ୍ଚିତ ଭାବରେ ଅଜବ ଲାଗିବ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ମୁଜାଫରପୁର ସ୍ଥିତ ଭୀମ୍‌ ରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ତାଙ୍କ ଆଡମିଟ୍ କାର୍ଡରେ ନିଜ ମାତାପିତାଙ୍କ ନାଁ ବଦଳରେ ଇମ୍ରାନ୍‌ ହାଶମି ଓ ସନ୍ନି ଲିଓନୀଙ୍କ ନାଁ ଲେଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି।

ଭୀମ୍‌ ରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଥିବା ମୀନାପୁର ସ୍ଥିତ ଧନରାଜ ମହତୋ କଲେଜରେ ସ୍ନାତକ ପଢ଼ୁଥିବା କୁନ୍ଦନ କୁମାରଙ୍କ ଆଡ୍‌ମିଟ୍‌ କାର୍ଡରେ ଏଭଳି କିଛି ତ୍ରୁଟି ଦେଖିବାକୁ ମିଳିଛି। କୁନ୍ଦନ ନିଜ ବାପାଙ୍କ ନାଁ ବଦଳରେ ‌ଇମ୍ରାନ୍‌ ହାଶମି ଓ ମା’ଙ୍କ ନାଁ ବଦଳରେ ସନ୍ନି ଲିଓନୀ ଲେଖିଛନ୍ତି।

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଏହି ଆଡ୍‌ମିଟ୍‌ କାର୍ଡକୁ ଦେଖି ଲୋକମାନେ ଆଚମ୍ବିତ ହୋଇଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆଡ୍‌ମିଟ୍ ‌କାର୍ଡରେ ଥିବା କୁନ୍ଦନଙ୍କ ଆଧାରକାର୍ଡ ଓ ମୋବାଇଲ୍‌ ନମ୍ବର ମାଧ୍ୟମରେ ତାଙ୍କୁ ଟ୍ରାକ୍‌ କରାଯିବା ପାଇଁ ଚେଷ୍ଟା କରାଯାଉଥିବା ସୂଚନା ମିଳିଛି।

You might also like