ଏହି ସ୍ଥାନରେ ବ୍ୟାନ୍‌ ହେଲା ପାନ ମସଲା

ପାଟନା: ମଦ ପରେ ଏବେ ବିହାର ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି।

ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡ୍‌ର ପାନ ମସଲା ପ୍ୟାକେଟ୍‌ ଜବତ କରିଥିଲା। ଏସବୁକୁ ନେଇ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା କି ଏଥିରେ ମାଗ୍ନେସିୟମ କାରବୋନେଟ୍‌ ରହିଛି। ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା ଜଣାପଡ଼ିବା ପରେ ବିହାର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ବିହାର ସରକାର ପରୀକ୍ଷା କରିଥିବା ପାନ ମସଲାର ବ୍ରାଣ୍ଡ ଗୁଡ଼ିକ ମଧ୍ୟରେ ରଜନୀଗନ୍ଧା ପାନ ମସଲା, ରାଜ ନିୱାସ, ସୁପ୍ରିମ ପାନ ପରାଗ, ପାନ ପରାଗ, ବାହାର ପାନ ମସଲା, ବାହୁବଳୀ ପାନ ମସଲା, ରାଜଶ୍ରୀ ପାନ ମସଲା, ରୌନକ ପାନ ମସଲା, ସିଗନେଚର ପାନ ମସଲା, କମଲା ଓ ମଧୁ ପାନ ମସଲା।

ପୂର୍ବରୁ ନୀତୀଶ କୁମାର ସରକାର ରାଜ୍ୟରେ ଗୁଟଖା ବ୍ୟାନ୍‌ କରିଥିଲେ।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like