ମିଳିଲାନି ଟିକେଟ; ନିରାଶ ହେଲେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ଜେଡିୟୁରୁ ଟିକେଟ ପାଇବା ଆଶାରେ ପୋଲିସ ପଦବୀରୁ ଇସ୍ତଫା ଦେଇଥିବା ବିହାର ଡିଜିପି ତଥା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ପୁଣି ନିରାଶ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଟିକେଟ ମିଳୁନି ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ଦଳ କେମିତି ଜିତିବ ସେଥିନେଇ କାମ କରିବାକୁ ସେ ତାଙ୍କ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ଜେଡିୟୁର ଦୁଇ ବରିଷ୍ଠ ନେତା ଲଲନ ସିଂହ ଏବଂ ଆର ସିପି ସିଂହ ଉଭୟେ ଗୁପ୍ତେଶ୍ୱର ପାଣ୍ଡେଙ୍କ ଟିକେଟ ଦେବା ନେଇ ଗୁରୁତ୍ୱର ସହ ଚିନ୍ତା କରି ନ ଥିଲେ। ସେଥିପାଇଁ ଗୁପ୍ତେଶ୍ୱରଙ୍କ ନିର୍ବାଚନ ଲଢିବା ଆଶା ଆଶାରେ ହଁ ରହିଗଲା। ପାଣ୍ଡେ ବକ୍ସର ବିଧାନସଭା ସିଟ୍‌ରୁ ପ୍ରାର୍ଥୀ ହେବା ପାଇଁ ଚାହୁଁଥିଲେ। ହେଲେ ଭାଜପା ଦଳର ବରିଷ୍ଠ ନେତା ପର୍ଶୁରାମ ଚତୁର୍ବେଦୀଙ୍କୁ ଟିକେଟ ଦେଇଛି।

ଭାଜପା ନେତାଙ୍କ କହିବା ଅନୁଯାୟୀ ଗୁପ୍ତେଶ୍ୱର ଦଳୀୟ ସଦସ୍ୟ ନ ଥିଲେ। ତେଣୁ ତାଙ୍କୁ ଟିକେଟ କିପରି ଦିଆଯାଇଥାନ୍ତା ? ତେବେ ବିହାର ଭାଜପାର ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, କେନ୍ଦ୍ରୀୟ ନେତୃତ୍ୱ ପାଣ୍ଡେଙ୍କ ପ୍ରାର୍ଥିତ୍ୱ ଉପରେ ବିଚାର କରୁଥିଲା। ତେବେ ଜେଡିୟୁ ଏ ନେଇ ବିଶେଷ ଆଗ୍ରହ ଦେଖାଇ ନ ଥିଲା। ଅନ୍ୟପକ୍ଷେ  ଗୁପ୍ତେଶ୍ୱରଙ୍କୁ ଆଗାମୀ ଦିନରେ ବିଧାନ ପରିଷଦକୁ ଦଳ ପଠାଇପାରେ ବୋଲି ଜେଡିୟୁ ନେତା କହିଛନ୍ତି।

ଏ ନେଇ ଡିଜିପି ପାଣ୍ଡେ କହିଛନ୍ତି, ନିର୍ବାଚନ ଲଢିବାକୁ ଚାହୁଁଥିଲି। ହେଲେ ସବୁକିଛି ମୋ ଅନୁସାରେ ହେବ, ସେମିତି କିଛି ମାନେ ନାହିଁ। ଏ ନେଇ ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି।

ସୂଚନାଥାଉ କି,  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାର ଏବଂ ସୁଶାନ୍ତଙ୍କ ନ୍ୟାୟ ପାଇଁ ପକ୍ଷ ରଖି ଗୁପ୍ତେଶ୍ୱର ଚର୍ଚ୍ଚାକୁ ଆସିଥିଲେ। ସେ ଭିଆରଏସ ନେବାକୁ ନେଇ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ସେ ଅବସର ପରେ କହିଥିଲେ ୨୫ଟି ବିଧାନସଭା ଆସନରେ ନିର୍ବାଚନ ଲଢିପାରିବାର କ୍ଷମତା ରଖିଛନ୍ତି।

ଏହା ପୂର୍ବରୁ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଗୁପ୍ତେଶ୍ୱର ଚାକିରିରୁ ଭିଆରଏସ ନେଇ ବିଜେପିରେ ସାମିଲ୍ ହୋଇଥିଲେ ବିଧାୟକ ପ୍ରାର୍ଥୀ ହେବା ପାଇଁ। ହେଲେ ସେତେବେଳେ ମଧ୍ୟ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ଚାକିରିରେ ଯୋଗ ଦେଇ ଡିଜିପି ହୋଇଥିଲେ।

ଆହୁରି ପଢ଼ନ୍ତୁ

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

You might also like