ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି ।

ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, ବକ୍ସାର, ଅରୱାଲ, ଜେହାନାବାଦ, ଔରଙ୍ଗାବାଦରେ ବର୍ଷା ଓ ବଜ୍ରପାତ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାବେଳେ ପାଟନା, ଗୟା, ନାଲନ୍ଦା ଏବଂ ଶେଖପୁରାରେ ହାଲୁକା ବର୍ଷା ହେବାର ଅନୁମାନ କରିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ଏହି ଜିଲ୍ଲାଗୁଡ଼ିକରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ପ୍ରବଳ ବର୍ଷାଯ ଯୋଗୁ ଲୋକଙ୍କ ଘରେ ବର୍ଷା ଜଳ ପଶି ଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି କି, ଘରେ ପାଣି ପଶିଯିବାରୁ ଜାତୀୟ ରାଜପଥର ରାସ୍ତା କଡ଼ରେ ବନ୍ୟା ବିପନ୍ନ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଦିଆଯାଉନଥିବା ପ୍ରଭାବିତ  ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ବନ୍ୟା ବିପନ୍ନଙ୍କ ପାଖକୁ ଯାଇ ସ୍ଥିତି ପରଖିଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ ତେଜସ୍ୱୀ। ତେବେ ସ୍ଥିତି ଉପରେ ସରକାର ନଜର ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like