ଇଭିଏମ୍‌ରେ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ଏହି ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ଗାନ୍ଧିନଗରରୁ ଏଥର ଲୋକସଭା ନିର୍ବାଚନ ଲଢୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷିଣ ଅଭିଯାନ କେତେ ଫଳପ୍ରଦ ସାବ୍ୟସ୍ତ ହେବ ତାହା ମଧ୍ୟ ଜଣାପଡ଼ିବ।

ଆମେଥି ସହ ଏଥର କେରଳର ୱାଏନାଡ ଆସନରୁ ରାହୁଲ ନିର୍ବାଚନ ଲଢୁଛନ୍ତି। ସେହିପରି ଅନ୍ୟ ହାଇପ୍ରୋଫାଇଲ ରାଜନେତାଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାମପୁରରୁ ବିଜେପି ଟିକେଟ୍‌ରୁ ନିର୍ବାଚନ ଲଢୁଥିବା ଜୟପ୍ରଦା।  ଜୟପ୍ରଦାଙ୍କ ସହ ନିର୍ବାଚନୀ ମଇଦାନ୍‌ରେ ଅଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍।  ଏହି ଦୁଇ ପ୍ରାର୍ଥୀଙ୍କ ସହ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ କପୁର ମଧ୍ୟ ମଇଦାନ୍‌ରେ ଅଛନ୍ତି।

ସେହିଭଳି ସମାଜବାଦୀ ପାର୍ଟିର ଗଡ଼ କୁହାଯାଉଥିବା ମୈନୁର୍‌ରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏଥର ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ପ୍ରେମ୍ ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି।  ସେହିଭଳି ବରେଲୀରେ ମଧ୍ୟ ଏଥର ବିଗ୍ ଫାଇଟ ଦେଖିବାକୁ ମିଳିବ।  ବିଜେପିରୁ ଛଅ ଛଅ ଥରର ସାଂସଦ ସନ୍ତୋଷ ଗଙ୍ଗୱାର୍‌ଙ୍କୁ ସାମ୍ନା କରିବେ କଂଗ୍ରେସର ପ୍ରବୀଣ ଆରୋନ।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like