ଔଷଧର ହୋମ ଡେଲିଭରି ବ୍ୟବସ୍ଥା କରିବେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଲକଡାଉନର ୨ୟ ଦିନରେ ଦେଖିବାକୁ ମିଳୁଛି ଲୋକେ ଘରୁ ବାହାରୁ ନାହାନ୍ତି । ତେବେ ସ୍ବାସ୍ଥ୍ୟ ସେବା ନେଇ ସମ୍ୟସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି । ଔଷଧ ଓ ଜୀବନ ରକ୍ଷାକାରୀ ଔଷଧର ହୋମ ଡେଲିଭରି ପାଇଁ ଅନୁମତି ଦେଇଛନ୍ତି ।
ସୂଚନାଥାଉ କି, ସରକାର ୨୧ ଦିନିଆ ଲକଡାଉନରେ ଔଷଧ ଦୋକାନ, ହସ୍ପିଟାଲ, ରାସନ ଦୋକାନ ଖୋଲ ରହିବ ବୋଲି ଅନୁମତି ଦେଇଥିଲେ । ତେବେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିାରେ ରଖି ଏପରି ବ୍ୟବସ୍ଥା କରିବାକୁ ଯାଉଛନ୍ତି ।
ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେବାପାଇଁ ସରକାର ଏପରି ବ୍ୟବସ୍ଥା କରୁଥିବା ଜଣାଯାଇଛି । କାରଣ ଲୋକେ ଔଷଧ ପାଇଁ ଘରୁ ବାହାରିବାକୁ ବାଧ୍ୟ ହେବେ । ଯଦି ଘରେ ତାହା ଯୋଗାଇ ଦିଆଯିବ ତେବେ ସେମାନେ ଘରୁ ବାହାରିବେ ନାହିଁ । ଫଳରେ କରୋନା ନିୟନ୍ତ୍ରଣ ନେଇ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ।
ଫେସ ବୁକ-ଏଣିକି ଆଉ ଔଷଧ ପାଇଁ ବାହାରକୁ ବାହାରିବାକୁ ପଡ଼ିବ ନାହିଁ, ସରକାର କରୁଛନ୍ତି ଏମିତି ବ୍ୟବସ୍ଥା

You might also like