7th Pay Commission: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା

ହାଇଦ୍ରାବାଦ୍‌: ନୂଆବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସି ନେଇ ଆସିଛି। କାହିଁକି ଜାଣନ୍ତି ? ସେମାନଙ୍କୁ ମନ ଖୁସି କରିବା ପରି ଉପହାର ଦେଉଛନ୍ତି ସରକାର।  ଛତିଶଗଡ଼ ସରକାରୀ କର୍ମଚାରୀଙ୍କ ପାଇଁ ଏପରି ନୂଆବର୍ଷ ଭେଟି ଦେଇଛନ୍ତି ସେଠିକାର ସରକାର। ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ଦରମା ବୃଦ୍ଧି କରିବା ସହ ସେମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ପ୍ରାୟ ୫ ଲକ୍ଷ ର୍କଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏବଂ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଆଧାରରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ୨୦୨୦ ଜୁଲାଇ ଏକ ତାରିଖରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏ ନେଇ ସମସ୍ତ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୂପେଶ ବାଘେଲ ସରକାର ଗତବର୍ଷ ଜୁଲାଇରେ ଏହି ବର୍ଦ୍ଧିତ ଦରମା ପ୍ରଦାନ କରିବେ ବୋଲି  ଘୋଷଣା କରିଥିଲେ। କିନ୍ତୁ କୋଭିଡ ଯୋଗୁ ଏହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ରିପୋର୍ଟରେ କୁହାଯାଇଛି, ବର୍ଦ୍ଧିତ ଟଙ୍କା ଜାନୁଆରୀ ୨୦୨୧ରୁ ମିଳିବ। ଏଥିସହିତ ୨୦୨୦ ଜୁଲାଇ ୧ରୁ ଡିସେମ୍ବର ୩୧ର ବର୍ଦ୍ଧିତ ବକେୟା ଦରମା ମଧ୍ୟ କର୍ମଚାରୀଙ୍କୁ ମିଳିବ। ଏହି ଘୋଷଣା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ତେବେ ଏଥିପାଇଁ ସରକାରଙ୍କୁ ଅତିରିକ୍ତ ୩୦୦ କୋଟିର ଖର୍ଚ୍ଚ ବହନ କରିବାକୁ ପଡ଼ିବ।

ସେହିପରି ୭ମ ପେ’ କମିଶନ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀମାନଙ୍କର ମଧ୍ୟ ଡିଅରନେସ ଆଲାଉନ୍ସ (DA) ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ହାର ଚଳିତମାସରୁ ଲାଗୁ କରାଯିବ। ରିପୋର୍ଟ ଅନୁଯାୟୀ, ଲକ୍ଷାଧିକ କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହ ପେନସନ୍‌ ହୋଲଡ୍‌ରଙ୍କର ମଧ୍ୟ ଅଧିକ ପେନସନ୍‌ ପାଇବେ।  ତେବେ ସରକାରୀ ସ୍ତରରେ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ।

You might also like