ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ

ୱାଶିଂଟନ:ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୭୭ ବର୍ଷୀୟ ଜୋ ବାଇଡେନ୍। ତାଙ୍କ ସହ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସିୟ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ୍ । ବାଇଡେନଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟ୍ସ୍ ଏବଂ କମଳା ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଜର୍ଜ ଡବ୍ଲୁ ବୁଶ୍ ଓ ବାରାକ୍ ଓବମା ପ୍ରମୁଖ।

ତେବେ ଶପଥ ଗ୍ରହଣ ସମାରୋହ ପାଇଁ ଉତ୍ସବ ମୁଖର ଥିଲା ଓ୍ୱାଶିଂଟନ୍ ଡିସିର କ୍ୟାପିଟଲ୍ ହିଲ୍। କରୋନା ସତର୍କତାକୁ ଦୃଷ୍ଟିରେ ରଖି ଜନସାଧାରଣ ତ ସାମିଲ ହୋଇ ନ ଥିଲେ, ହେଲେ ଶୋଭା ପାଇଥିଲା ଦେଶର ପ୍ରାୟ ୨ ଲକ୍ଷ ରାଜ୍ୟ ଓ ପ୍ରାଦେଶିକ ପତାକ।  ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ଡବ୍ଲୁ ବୁଶ୍ ଓ ବିଲ୍ କ୍ଲିଣ୍ଟନ୍ ଏବଂ ୩ ପୂର୍ବତନ ଫାଷ୍ଟ୍ ଲେଡି । ସେକେଣ୍ଡ୍ ଜେଣ୍ଟଲମ୍ୟାନ୍ ଡଗଲସ୍ ଏମ୍‌ହୋଫ୍‌ଙ୍କ ସହ କମଳା ହାରିସ୍, ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କ ସହ ରାଷ୍ଟ୍ରପତି ବାଇଡେନ୍ ଶପଥଗ୍ରହଣ ସ୍ଥଳକୁ ଆସିବା ବେଳେ ଖୁସିରେ ଉଛୁଳି ଉଠିଥିଲା ପୁରା ପରିବେଶ ।

ଲେଡି ଗାଗାଙ୍କ ଜାତୀୟ ସଂଗୀତ ପରିବେଷଣରୁ ସମାରୋହର ପ୍ରାରମ୍ଭ ହୋଇଥିଲା ଏହାପରେ ବାଇଡେନଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟସ୍‌ ଏବଂ ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଥିଲେ। ନିଜ ପରିବାରର ୧୨୭ ବର୍ଷ ପୁରୁଣା ୫ ଇଞ୍ଚ ମୋଟେଇର ବାଇବେଲ୍ ଉପରେ ହାତ ରଖି ଶପଥ ନେଇଥିଲେ ବାଇଡେନ୍।

ଶପଥ ଗ୍ରହଣ ପରେ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନରେ ଏକତାର ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।ଏହାକୁ ଆମେରିକାର ଗଣତନ୍ତ୍ରର ଦିନ କହିଛନ୍ତି ବୋଲି କହିଥିଲେ ବାଇଡେନ୍ । ସେ କେବଳ ତାଙ୍କ ସମର୍ଥକଙ୍କର ନୁହନ୍ତି, ତାଙ୍କ ବିରୋଧୀଙ୍କର ମଧ୍ୟ ରାଷ୍ଟ୍ରପତି। ଏଥିସହ ସମସ୍ତଙ୍କୁ ଏକାଠି ହୋଇ ଦେଶକୁ ଆଗେଇ ନେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଜୋ ଲୋକଙ୍କୁ ଏକାଠି କରିବା ପାଇଁ ଓ ଦେଶକୁ ଏକାଠି କରିବା ପାଇଁ ମୁଁ ପୂର୍ଣ୍ଣ ସମର୍ପିତ ବୋଲି କହିଛନ୍ତି

ଆମେରିକୀୟ ଗଣତନ୍ତ୍ରର ଏହି ମହାପର୍ବକୁ ନେଇ ଭାରତରେ ବି ଉତ୍ସାହ କିଛି କମ୍ ନାହିଁ।

 

 

You might also like