ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେଶ ବାଘେଲ୍‌

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛତିଶଗଡ଼ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲ୍‌ଙ୍କୁ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।

ଆଜି ରାୟପୁରରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକ ପରେ ତାଙ୍କ ନାଁ ଚୂଡ଼ାନ୍ତ କରାଯାଇଥିବା ସୂଚନା ମିଳିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ଙ୍କ ସମେତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହୋଇଥିବା ନୂଆ ମୁଖ୍ୟମନ୍ତ୍ରୀ ଗତକାଲି ଶପଥ ନେବେ ବୋଲି ଜଣାପଡ଼ିଛି।

ଫଳରେ ଗତ କିଛି ଦିନ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ନେଇ କଂଗ୍ରେସରେ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା, ତାର ଅବସାନ ଘଟିଛି। ଗତ ୧୧ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ କଂଗ୍ରେସ ସ୍ପଷ୍ଟ ବହୁମତ ସହ ବିଜୟ ହୋଇଥିଲା।

ତେବେ ମୁଖ୍ୟମନ୍ତ୍ରୀ ପଦ ଲାଗି ଚାରି ଜଣ ଆଶାୟୀ ଥିବାରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବ ତାକୁ ନେଇ ଦଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଛତିଶଗଡ଼ ରେ ୯୦ଟି ଆସନରୁ କଂଗ୍ରେସ ୬୮ଟି ଆସନ ପାଇ ଥିବା ବେଳେ ବିଜେପିକୁ ମାତ୍ର ୧୫ଟି ଆସନ ମିଳିଥିଲା।

 

You might also like