ମାତ୍ର କେଇ ବର୍ଷ ମଧ୍ୟରେ ଖବରକାଗଜ ପେଷ୍ଟରରୁ ବନିଗଲେ ମାଲିକ….ଏମିତି ଥିଲା କଳା କାରନାମାର କାହାଣୀ

ଭୋପାଳ: ମଧ୍ୟପ୍ରଦେଶର ପ୍ୟାରେ ମିଆଁ ନାମକ ଜଣେ କୋଟିପତିଙ୍କ କଳା କାରନାମାର କାହାଣୀ ସାମ୍ନାକୁ ଆସିଛି। ଦିନ ଥିଲା ଏହି ମିଆଁ ଜଣକ ଖବରକାଗଜରେ ପେଷ୍ଟର ପରି ଏକ ମାମୁଲି ଚାକିରି କରିଥିଲେ। ହେଲେ ଏବେ  ଖବରକାଗଜର ମାଲିକ । କିଛି ବର୍ଷ ମଧ୍ୟରେ ସେ କଳା ଟଙ୍କା ରୋଜଗାର କରି କୋଟି କୋଟି ମୂଲ୍ୟର ସମ୍ପତ୍ତି କରି ପାରିଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ କମ୍‌ ସମୟ ମଧ୍ୟରେ ଏତେ ଟଙ୍କାର ମାଲିକ କେମିତି ହୋଇ ପାରିଲେ ଏହି ବାବା ?

ପ୍ୟାରେ ମିଆଁଙ୍କର ଇନ୍ଦୋର ସମେତ ଅନେକ ସ୍ଥାନରେ ରହିଛି ବିଳାସପୂର୍ଣ୍ଣ  ଆଡ୍ଡା। ପ୍ୟାରେ ମିଆଁ ନାବାଳିକାମାନଙ୍କୁ ଅନୈତିକ କାମରେ ଲଗାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଏହି ଆଡ୍ଡାରେ ସବୁ ରାତିରେ ନୈଶ ଭୋଜିର ଆୟୋଜନ ହେଉଥିଲା। ବଡବଡ ଲୋକମାନେ ଏହି ଭୋଜିରେ ସାମିଲ ହେଉଥିଲେ। ଖୁବ୍ ଦାମୀ ମଦ ପରିବେଷଣ ହେଉଥିଲା। ନାବାଳିକାମାନେ ଏହି କୋଟିପତିମାନଙ୍କ ସେବାରେ ନିୟୋଜିତ ଥିଲେ।

ଏହି ଘୃଣ୍ୟ ଖେଳ ଦୀର୍ଘ ୨ ବର୍ଷ ଧରି ଚାଲି ଆସୁଅଛି। ହେଲେ ମିଆଁ ବାବାଙ୍କର ଏହି କଳାକାରନାମାକୁ କେହି ବିରୋଧ କରିପାରୁ ନ ଥିଲେ। ସାମ୍ବାଦିକତା ଏବଂ ରାଜନୀତି ସହିତ ପ୍ରଶାସନିକ ଅଧିକାରୀଙ୍କ ପୃଷ୍ଠପୋଷକତା ହେତୁ ସେ ବଞ୍ଚି ଯାଇଥିଲେ। ସେ ଅନେକ ସରକାରୀ ଜମିରେ ନିଜର କଳା ରୋଜଗାର ସାମ୍ରାଜ୍ୟ ବିସ୍ତାର କରିଥିଲେ।

ଶେଷରେ ତାଙ୍କୁ ଶ୍ରୀନଗରରୁ ଗିରଫ କରିଛି ପୋଲିସ। ଭୋପାଳରେ ଥିବା ତାଙ୍କର ବେଆଇନ ସମ୍ପତିକୁ କବ୍‌ଜାକୁ ନେବା ପରେ ସାରା ରାଜ୍ୟରେ ଥିବା ତାଙ୍କର ବେଆଇନ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ପୋଲିସ। ପ୍ୟାରେ ମିଆଁଙ୍କ ଇନ୍ଦୋର ଏବଂ ଭୋପାଳ ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବେଆଇନ ସମ୍ପତ୍ତି ରହିଛି। ଏହାବ୍ୟତୀତ ସରକାରୀ ଟେଣ୍ଡରରେ ମଧ୍ୟ ତାଙ୍କର ହସ୍ତକ୍ଷେପ ଥିଲା। ଅନେକ ଟେଣ୍ଡର ନିଜେ ହାସଲ ମଧ୍ୟ କରି ନେଇଥିଲେ।

ଶ୍ରୀନଗରରୁ ଗିରଫ ହୋଇଥିବା ପ୍ୟାର ମିଆନଙ୍କ କଳା ସାମ୍ରାଜ୍ୟ ଉପରେ ପୋଲିସ ପ୍ରଶାସନ ନଜର ରଖିଛି। ଭୋପାଳରେ ବେଆଇନ ସମ୍ପତ୍ତି ଭାଙ୍ଗିବା ପରେ ସାରା ରାଜ୍ୟରେ ଏହାର ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯାଉଛି। କୋଟି ମୂଲ୍ୟର ପିଆର ମିୟାନଙ୍କ ବେଆଇନ ସମ୍ପତ୍ତି ଭୋପାଳ ବ୍ୟତୀତ ଇନ୍ଦୋର ଏବଂ ଅନ୍ୟାନ୍ୟ ଜିଲ୍ଲାରେ କୁହାଯାଉଛି। ଏହା ବ୍ୟତୀତ ଅଭିଯୁକ୍ତମାନେ ସରକାରୀ ଟେଣ୍ଡରରେ ମଧ୍ୟ ହସ୍ତକ୍ଷେପ କରୁଥିଲେ। ସେ ଅନେକ ଚୁକ୍ତି କରିଥିଲେ ।

ସୂଚନାଥାଉ କି, ଅଭିଯୁକ୍ତ ପ୍ୟାର ମିଆଁ ରାଜଧାନୀ ଭୋପାଳରୁ ପ୍ରକାଶ ପାଉଥିବା ଏକ ଖବରକାଗଜ କାର୍ଯ୍ୟାଳୟରେ ପେଷ୍ଟର ଥିଲେ। ଖବରକୁ କାଟି ପେଜ୍‌ରେ ଲଗାଉଥିଲେ। ଦରମା ଥିଲା ମାତ୍ର କେଇ ହଜାର। ହେଲେ ପ୍ୟାରେ ମିଆଁଙ୍କ ସ୍ୱପ୍ନ ଥିଲା କୋଟିପତି ହେବେ। ଶେଷରେ କୋଟିପତି ହେବା ପାଇଁ ଏକ ଘୃଣ୍ୟ ଉପାୟ ଆପଣେଇଥିଲେ। ପରେ ପରେ ଖବରକାଗଜର  ମାଲିକ ହୋଇଥିଲେ। ମାତ୍ର କେଇ ମାସ ଭିତରେ ସେ କୋଟିପତି ହୋଇଥିଲେ ।

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

You might also like