ଜୁନିୟର ଡାକ୍ତରଙ୍କ ଧର୍ମଘଟ ଶେଷ : ଲିଖିତ ନିର୍ଦ୍ଦେଶ ପରେ କାମକୁ ଫେରିବେ

ଭୋପାଳ : ଜୁନିୟର ଡାକ୍ତରଙ୍କ ଧର୍ମଘଟ ଶେଷ । କରୋନା କାଳରେ ଦୀର୍ଘ ଦିନ ଧରି ଚାଲୁଥିବା ଜୁନିୟର ଡାକ୍ତରଙ୍କ ଧର୍ମଘଟ ସୋମାବାର ଅର୍ଥାତ ଆଜି ଶେଷ ହୋଇଛି ।  ସମସ୍ୟାର ସମାଧାନର ଆଶାରେ ସୋମବାର ଚିକିତ୍ସା ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କୁ ଭେଟି ଧର୍ମଘଟ ଶେଷ କରିବାକୁ ନିଷ୍ପତି ନେଇଛନ୍ତି । ଡାକ୍ତରଙ୍କ ଏହି ଆନ୍ଦୋଳନକୁ ନେଇ ଆପତ୍ତି କରିଥିଲେ ହାଇକୋର୍ଟ ।

ଜୁନିଅର ଡାକ୍ତର ସଂଘ (ଜୁଡା )ର ସଦସ୍ୟମାନେ ସୋମବାର ସକାଳେ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗଙ୍କ ଘରେ ପହଞ୍ଚିଥିଲେ । ଏବେ ଲିଖିତ ନିର୍ଦ୍ଦେଶ ପରେ ଧର୍ମଘଟ ଶେଷ କରି କାମକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ବିଶ୍ୱାସ ସାରଙ୍ଗ କହିଛନ୍ତି, ଜୁଡା ଆନ୍ଦୋଳନ ଶେଷ କରିଛି । ଡାକ୍ତରଙ୍କ ଷ୍ଟାଇପେଣ୍ଡ୍ ୧୭ ପ୍ରତିଶତ ବୃଦ୍ଧି କରାଯିବ ।

ସୂଚନା ଅନୁସାରେ ଜୁନିୟର ଡାକ୍ତରଙ୍କ ସମସ୍ୟାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାକ୍ସଫୋର୍ସ ନିକଟରେ ଜୁନିୟନ ଡାକ୍ତର ନିଜର ଦାବି ରଖିଥିଲେ । ସରକାର ଜୁନିଅର ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ସପକ୍ଷରେ ଅଛନ୍ତି, କିନ୍ତୁ ଜୁନିଅର ଡାକ୍ତରମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ ଏବଂ ସେମାନଙ୍କ ଆନ୍ଦୋଳନ ବନ୍ଦ କରିବା ଉଚିତ୍ ବୋଲି କୁହାଯାଇଥିଲା ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଥିଲେ । ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଥିଲେ । ଜୁନିଅର ଡାକ୍ତରମାନେ ତିନି ଦିନ ଧରି ଧର୍ମଘଟ କରିଥିଲେ ଓ ଦାବି ପୂରଣ ପାଇଁ କାମ ବନ୍ଦ କରି ଦେଇଥିଲେ । ଦରମା ବୃଦ୍ଧି ତଥା କରୋନା ସଂକ୍ରମିତ ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ମାଗଣା ଚିକିତ୍ସା କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ । ତେବେ ଧର୍ମଘଟ ଜାରି ରଖିଲେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ଜୁନିଅର ଡାକ୍ତରମାନଙ୍କୁ ଚେତାବନୀ ଦେଇଥିଲେ ରାଜ୍ୟ ସରକାର। ମାମଲା କୋର୍ଟରେ ପହଞ୍ଚିଥିଲା ପରେ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ ।

You might also like