ଗଣେଶ ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡ଼ି ୧୧ ମୃତ

ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା ଆଉ  ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି  ମୃତଦେହ ବାହାର କରିବା ସହ ୫  ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି। ଏଭଳି ଦୁଃଖଦ ଘଟଣା ଆଜି ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଘଟିଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାଟି ଛୋଟ ଥିବା ବେଳେ ଗଣେଶ ମୂର୍ତ୍ତି ବଡ଼ ଥିଲା।  ମୂର୍ତ୍ତି ବିସର୍ଜନ ନିମନ୍ତେ ଉକ୍ତ ଡଙ୍ଗାରେ ବହୁ ଶ୍ରଦ୍ଧାଳୁ ଯାଇଥିଲେ।  ଯେତେବେଳେ ଶ୍ରଦ୍ଧାଳୁମାନେ ମୂର୍ତ୍ତିଟିକୁ ବିସର୍ଜନ କରିଥିଲେ, ସେତେବେଳେ ଡଙ୍ଗାଟି ଏକ ତରଫା ହୋଇ ଓଲଟି ପଡ଼ିଥିଲା। ଉକ୍ତ ସମୟରେ ମଝି ନଈରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମଧ୍ୟ ମୂର୍ତ୍ତି ତଳେ ଚାପି ହୋଇଯାଇଥିଲେ।  ଖବର ପାଇ  ପୁଲିସ୍‌ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି,“ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ହେବ। ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like