ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଳ: ଅପରାଧୀଙ୍କୁ ଜଗିଥିବା ପୋଲିସ ଫସିଛନ୍ତି ଅପରାଧ ଜାଲରେ।  ସ୍ତ୍ରୀଙ୍କୁ ମାଡ଼ ବେଶ ମହଙ୍ଗା ପଡ଼ିଛି ତାଙ୍କ ପାଇଁ। ପତ୍ନୀଙ୍କୁ ମାଡ ମାରିବା ଅପରାଧୀରେ ମଧ୍ୟପ୍ରଦେଶର ଆଡ଼ିସନାଲ ପୋଲିସ ଡିଜି ପୁରୁଷୋତ୍ତମ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଗୃହ ବିଭାଗ । ତାଙ୍କୁ ବିଭାଗରୁ ଦାୟିତ୍ୱ ମୁକ୍ତ କରାଯାଇଛି ।

ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଭିଡ଼ିଓରେ ଦେଖିବାକୁ ମିଳିଛି,  ଘରୋଇ ସହାୟକଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶର ସ୍ୱତନ୍ତ୍ର ଡିଜି ସ୍ତ୍ରୀଙ୍କୁ ନିର୍ଦ୍ଦୟ ଭାବେ ପିଟୁଛନ୍ତି। ନିକଟରେ ଥିବା ଲୋକେ ତାଙ୍କୁ ଛଡ଼ାଇବା ପାଇଁ ଆସିଥିଲେ ବି ଶୁଣୁ ନାହାନ୍ତି। କେତେବେଳେ ଗାଳି ଗୁଳଜ କରୁଛନ୍ତି ତ   କେତେବେଳେ ଲାତ, ଗୋଇଠା ବି ମାରୁଛନ୍ତି।

ଏ ନେଇ ଡିଜିଙ୍କ ପୁଅ  ଥାନାରେ ବାପାଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି। ଏପରିକି ମାଡ ମାରୁଥିବା ବେଳର ଭିଡିଓ ରେକର୍ଡିଂ କରି ଶେୟାର ମଧ୍ୟ କରିଛନ୍ତି।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୁଷୋତ୍ତମ। ସେ କହିଛନ୍ତି,  ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ଉପରେ ଗୁଇନ୍ଦାଗିରି କରନ୍ତି। କୌଣସି ସହକର୍ମୀଙ୍କ ସହ ଭେଟିବାକୁ ଗଲେ ତାଙ୍କ ଉପରେ ସନ୍ଦେହ କରନ୍ତି। ତେଣୁ ଏପରି ଝଗଡ଼ା ହେଲା। ଏହା କୌଣସି ହିଂସା ନୁହେଁ ବରଂ ପାରିବାରିକ କଳହ।

ସେ ଅପରାଧ ନୁହନ୍ତି ବୋଲି କହିଛନ୍ତି ପୁରୁଷୋତ୍ତମ ଶର୍ମା। ୨୦୦୮ରୁ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି, କିନ୍ତୁ ଏବେ ଯାଏ ତାଙ୍କ ସହ ଗୋଟିଏ ଘରେ ରହୁଛନ୍ତିଅ। ବିଦେଶ ବି ତାଙ୍କ ପଇସାରେ ଯାଉଛନ୍ତି। ତେଣୁ କୌଣସି ବିବାଦ ନଥିବା ପୁୁରୁଷୋତ୍ତମ ଦୋହରାଇଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like