୫ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ପ୍ରସଙ୍ଗ

ହସ୍ତକ୍ଷେପ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୀମା କୋରେଗାଁ ମାମଲା । ଗିରଫ ୫ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ଉପରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରତିବନ୍ଧିତ ସଙ୍ଗଠନ ସିପିଅାଇ-ମାଓବାଦୀ ସହ ସେମାନଙ୍କ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ଅାଧାରରେ ଗିରଫ କରାଯାଇଛି ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଅା ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।   ଏଥିସହ ସାମାଜିକ କର୍ମୀଙ୍କ ପକ୍ଷରୁ ଏସଅାଇଟି ତଦନ୍ତ ଅାବେଦନକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି । କେଉଁ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ ତାହା ସେମାନେ ସ୍ଥିର କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଫଳରେ ଅାଉ ଚାରି ସପ୍ତାହ ଯାଏଁ ନିଜ ଘରେ ନଜର ବନ୍ଦୀ ରହିବେ ଭିମା କୋରେଗାଁ ମାମଲାରେ ସମ୍ପୃକ୍ତ ଥିବା ୫ ସାମାଜିକ କର୍ମୀ ଗତ ଅଗଷ୍ଟରେ ଅାଇନଜୀବୀ ସୁଧା ଭରଦ୍ୱାଜ, ଭର୍ଣ୍ଣନ୍ ଗୋନସାଲଭେସ୍, ଅରୁନ୍ ଫେରେରା, ତେଲଗୁ କବି ବରବରା ରାଓ ଏବଂ ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏଲଗାର ପରିଷଦ ବୈଠକ ପରେ ଭୀମ କୋରେଗାଁ ହିଂସା ହୋଇଥିବା ମୁମ୍ବାଇ ପୁଲିସ ଅଭିଯୋଗ କରିଥିଲା।

You might also like