୫ ମାସ ଭିତରେ ୩୧ ଥର କଲେଣି କରୋନା ଟେଷ୍ଟ୍‌, ରିପୋର୍ଟ ଆସୁଛି ପଜିଟିଭ୍‌

ଜୟପୁର: ଗତ ୫ ମାସ ହେବ କରୋନାରେ ସଂକ୍ରମିତ ଅଛନ୍ତି ରାଜସ୍ଥାନ ଭରତପୁରର ଜଣେ ମହିଳା। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ୩୨ ବର୍ଷୀୟ ଏହି ମହିଳା ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମହିଳା ଜଣକ RT-PCR ଟେଷ୍ଟ୍‌ରେ ୧୪ ଥର ଓ ଆଣ୍ଟିଜେନ୍‌ ଟେଷ୍ଟ୍‌ରେ ୧୭ ଥର ପଜିଟିଭ୍‌ ଜଣାପଡ଼ିଥିଲା। 

ଶେଷଥର ପାଇଁ ଜାନୁଆରୀ ୭ରେ RT-PCR ଟେଷ୍ଟ୍‌ରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜାନୁଆରୀ ୧୦ରେ ଆଣ୍ଟିଜେନ୍‌ ଟେଷ୍ଟରେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 

ସେପ୍ଟେମ୍ବର ୧ରେ ସମ୍ପୃକ୍ତ ମହିଳାଙ୍କୁ କେୟାର୍‌ ହୋମ୍ ‘Apna Ghar’କୁ ଅଣାଯାଇଥିଲା ଓ ସେପ୍ଟେମ୍ବର ୪ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

‘Apna Ghar’ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ମାନସିକ ସ୍ତରରେ ସେ ଅସ୍ଥିର ଥିବାବେଳେ  ଏକ ରୋଗପ୍ରତିରୋଧକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ନିକଟରେ ସେ ତାଙ୍କ ବାପାମା’ଙ୍କୁ ମଧ୍ୟ ହରାଇଛନ୍ତି।

ଲଗାତାର ୫ ମାସ ହେବ ଉକ୍ତ ମହିଳାଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହାକୁ ନେଇ ଡାକ୍ତରମାନେ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। କୁହାଯାଉଛି ଯେ, ମୃତ ଭାଇରସ୍‌ ଅନେକ ସମୟରେ ଶରୀର ରହି ଯାଇଥାଏ। ଏହି ଭାଇରସ୍‌ ଶରୀରରେ କୌଣସି କ୍ଷତି ପହଞ୍ଚାଇ ନଥାଏ। ହେଲେ ରିପୋର୍ଟ ଏମିତି ପଜିଟିଭ୍‌ ହିଁ ଆସିଥାଏ।

You might also like