ଏହି ସହିଦମାନଙ୍କୁ ଭାରତ ରତ୍ନ ଦେବାକୁ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: ହିନ୍ଦୁ ନେତା ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ମନୀଷ ତିଓ୍ୱାରୀ। ସେ ଏନେଇ ଦାବି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ତିନି ସ୍ୱାଧିନତା ସଂଗ୍ରାମୀ ତାଙ୍କ ଜୀବନ କାଳରେ ଦେଶ ପାଇଁ ସଂଗ୍ରାମ କରିବା ସହ କୋଟି କୋଟି ଯୁବକଙ୍କ ପ୍ରେରଣା ସାଜିଛନ୍ତି।  ପୂର୍ବରୁ ଏହି ତିନି ସ୍ୱାଧନୀତା ସଂଗ୍ରାମୀଙ୍କୁ ସହିଦ-ଏ-ଆଜାମ ସମ୍ମାନରେ ସମ୍ମାନିତ କରାଯାଇଛି। ଏବେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଚିତ୍ ସମ୍ମାନ ମିଳିବ ବୋଲି ସେ କହିଛନ୍ତି। ଦେଶ ପାଇଁ ତିନି ସଂଗ୍ରାମୀ ଜୀବନ ଦେଇଥିବାରୁ, ତାଙ୍କୁ ସମ୍ମାନ ଦିଆଯିବା ଉଚ୍ଚିତ ବୋଲି ସେ ଚିଠିରେ ଲେଖିଛନ୍ତି। ଏହାସହ ମୋହାଲିରେ ଥିବା ଚଣ୍ଡୀଗଡ଼ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାମରେ କରିବାକୁ ସେ ଦାବି କରିଛନ୍ତି ପୂର୍ବରୁ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓେଓ୍ୱସି ମଧ୍ୟ ଏହି ତିନି ସଂଗ୍ରାମୀଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲେ।

 

You might also like