ଖୁବ୍‌ ଶୀଘ୍ର କରୋନା ଟିକା କୋଭାକ୍ସିନର ଫେଜ୍-୪ ଟ୍ରାଏଲ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହେବ କରୋନା ଟିକା କୋଭାକ୍ସିନର ଫେଜ୍-୪ ଟ୍ରାଏଲ୍ । ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । କରୋନା ମହାମାରୀ ବିରୋଧରେ କୋଭାକ୍ସିନ୍ କେତେ ଫଳପ୍ରଦ ? ତାହା ଏହି ଚତୁର୍ଥ ଫେଜ୍ ଟ୍ରାଏଲରୁ ଜଣାପଡ଼ିବ ।

ବିଶେଷ ଭାବେ ବିଶ୍ୱରେ ଦେଖା ଦେଉଥିବା ବିଭିନ୍ନ ଭାରିଆଣ୍ଟ ବିପକ୍ଷରେ ଏହା କେତେ କାମ ଦେଉଛି ତାହା ବି ଏହି ଟ୍ରାଏଲ ପରେ ଜଣାପଡ଼ିବ । ଏହି ଟ୍ରାଏଲରେ କେତେ ପରିମାଣର ଲୋକ ସାମିଲ ହେବେ ସେନେଇ ସବିଶେଷ ତଥ୍ୟ ମିଳିନଥିଲେ ବି ଅନୁମାନ କରାଯାଉଛି ବିଶ୍ୱର ବିଭିନ୍ନ ଭାରିଆଣ୍ଟ ଉପରେ ଏହାର ପରୀକ୍ଷଣ ହେବ ।

ସେପଟେ ଭାରତ ବାୟୋଟେକ୍ ପକ୍ଷରୁ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟ୍ରାଏଲର ସମ୍ପୂର୍ଣ୍ଣ ରିପୋର୍ଟ ବି ପ୍ରକାଶ କରାଯିବ । ଏବେ ସୁଦ୍ଧା କୋଭାକ୍ସିନ୍ ୭୮ ପ୍ରତିଶତ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଫଳପ୍ରଦ ହେଉଥିବା କମ୍ପାନି ପକ୍ଷରୁ ଦାବି କରାଯାଇଛି ।

You might also like