ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍‌ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାଗେର୍ଟ କରିଛନ୍ତି। କଂଗ୍ରେସର ହିଂସା ଫଳରେ ଏପରି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଯାହାର ଜବାବ ରଖିଛନ୍ତି ବିହାର ଆର୍‌ଜେଡି ନେତା ତେଜସ୍ୱୀ ଯାଦବ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଜିଲ୍ଳା ପ୍ରଶାସନ। ଶିଶୁକନ୍ୟାର ବାପା ଘରରୁ ବାହାରିବାରେ ବିଳମ୍ବ କରିଥିଲେ। ରାସ୍ତାରେ କୌଣସି ଅସୁବିଧା ହୋଇନଥିବା ସେ କହିଛନ୍ତି।

You might also like