ଗେଟ୍‌ ଭିତରେ କୁକୁର: ବାହାରେ ଭାଙ୍ଗଡ଼ା ନାଚି ଚିଡ଼ାଇଲେ ଛୋଟ ସର୍ଦ୍ଦାର; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଛୋଟପିଲାମାନେ ସାଧାରଣ ବହୁତ ଦୁଷ୍ଟାମୀ କରିଥାନ୍ତି। ଚଗଲା ମନ ଯୋଗୁ ଅନେକ ସମୟରେ ସେମାନେ ଏମିତି ଢଙ୍ଗ ଦେଖାନ୍ତି ଯେ ଯିଏ ଦେଖିବ ସିଏ ହସିବ। ଛୋଟ ପିଲାଙ୍କ ଦୁଷ୍ଟାମୀ ଦେଖି କେହି କେହି ଚିଡ଼ିଗଲେ ମଧ୍ୟ ବେଳେ ବେଳେ ଏହା ଖୁବ୍‌ ମଜା ଲାଗେ। ଏବେ ସେହିଭଳି ଏକ ଛୋଟ ପଞ୍ଜାବୀ ପିଲାର ଚପଳାମିର ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି। ଭିଡିଓରେ ଗେଟ୍‌ ଭିତରେ ଥିବା ଦୁଇଟି କୁକୁରଙ୍କୁ ଭାଙ୍ଗଡ଼ା(ପଞ୍ଜାବର ଲୋକ ନୃତ୍ୟୁ) କରି ଚିଡ଼ାଉଛନ୍ତି ଏହି ପଞ୍ଜାବୀ ମୁଣ୍ଡା। ଛୋଟୁ ସର୍ଦ୍ଦାରଙ୍କ ଭାଙ୍ଗଡ଼ା ଦେଖିବା ମାତ୍ରେ କୁକୁର ଦୁଇଟି ଭୋକିବା ଆରମ୍ଭ କରିଦେଉଛନ୍ତି। ଭିଡିଓ ଦେଖିଲେ ଆପଣ ବି ହସିହସି ଗଡ଼ିଯିବେ।

 

ଭିଡିଓରେ ପିଲାଟି ଗୋଟିଏ ଘରର ଗେଟ୍‌ ସେପଟେ ନାଚ କରୁଛି। ଗେଟ୍‌ ଏପଟେ ଦୁଇଟି କୁକୁର ପିଲାଟିକୁ ଦେଖି ଡେଇଁ ଡେଇଁ ଖୁବ୍‌ଜୋର୍‌ରେ ଭୋକୁଥିବାର ଦେଖାଯାଉଛି। ଛୋଟ ସର୍ଦ୍ଦାର ଯେମିତି ନାଚୁଛନ୍ତି କୁକୁର ଦୁଇଟି ସେହିଭଳି ଡେଉଁଛନ୍ତି। ଆଉ ଭିଡିଓ ରେକର୍ଡିଂ ବେଳେ ଦୃଶ୍ୟ ଦେଖୁଥିବା ଲୋକମାନଙ୍କର ହସ ବି ଶୁଭୁଛି।

ଏହି ଭିଡିଓଟି ବିନେଶ କାଟାରିଆ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅକ୍ଟୋବର ୪ ତାରିଖରେ ସେୟାର କରିଛନ୍ତି। ୪୯ ସେକେଣ୍ଡର ଏହି ଭିଡିଓଟି ଟ୍ୱିଟରରେ ସେୟାର ହେବା ପରେ ଭାଇରାଲ ହୋଇଛି। ତେବେ ଭିଡିଓଟିକୁ ପାଖାପାଖି ୨୫ ହଜାର ଲୋକ ରିଟ୍ୱିଟ୍ କରିଥିବା ବେଳେ ୯୭ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିସାରିଲେଣି।

ଆହୁରି ପଢ଼ନ୍ତୁ

ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

You might also like