ସାବଧାନ! ଆପଣଙ୍କ ମୋବାଇଲ୍‌ରେ ଅଜାଣତରେ ଇନ୍‌ଷ୍ଟଲ ହେଉଛି ଭାଇରସ୍‌ ଆପ୍ସ !

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି।

ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି ସଂସ୍ଥା କହିଛି। ଏହି ଭାଇରସ ଗୁଗୁଲ ଆପ୍ସ ଭଳି ଦେଖାଯାଏ। ମୋବାଇଲରେ ଥରେ ଏହା ଇନଷ୍ଟଲ ହେବା ପରେ ଅନ୍ୟ ଆପ୍ସକୁ ଭାଇରସ ଦ୍ୱାରା ଆକ୍ରମଣ କରିଥାଏ।

ଚେକ୍ ପଏଣ୍ଟ ସଂସ୍ଥା ପ୍ରତିକ୍ରିୟାରେ କହିଛି ଏଜେଣ୍ଟ ସ୍ମିଥ୍ ନାମକ ଏହି ଭାଇରସ ମୋବାଇଲକୁ ବହୁତ ଶୀଘ୍ର ନିଜ ନିୟନ୍ତ୍ରଣକୁ ଆଣିଥାଏ। ଏମିତିକି ମୋବାଇଲରେ ଥିବା ଡାଟା, ପାସଓ୍ୱାର୍ଡକୁ ମଧ୍ୟ ଏହା ସଂଗ୍ରହ କରିଥାଏ। ଏହି ଆପ୍ସ ମୋବାଇଲାରେ ସକ୍ରିୟ ଥିବା ବେଳେ ବିଜ୍ଞାପନ ଦେଖାଇଥାଏ। କିନ୍ତୁ ବିଜ୍ଞାପନ ବାହାନାରେ ଏହା ମୋବାଇଲରୁ ଡାଟା ଚୋରି କରିଥାଏ।

ଭାଇରସ ଜରିଆରେ ଆକ୍ରମଣ କରି ପୂର୍ବରୁ ଧରାପଡ଼ିଥିବା ଗୋଲଗନ, ହୁମ୍ମିନବଡ ଏବଂ କପିକ୍ୟାଟ ଭଳି ଏହି ଏଜେଣ୍ଟ ସ୍ମିଥ ଆପ୍ସ ପ୍ରଥମେ ଥାର୍ଡ ପାର୍ଟି ଆପ୍ଲିକେସନ 9Apps ଜରିଆରେ ଆସିଥିଲା। ଏହା ମୁଖ୍ୟତଃ, ହିନ୍ଦୀ, ଆରବିକ, ଋଷିଆନ୍ ଏବଂ ଇଣ୍ଡୋନେସିଆ ମୋବାଇଲ ବ୍ୟବହାରୀଙ୍କ ପାଖରେ ଦେଖିବାକୁ ମିଳେ।

ଆହୁରି ପଢ଼ନ୍ତୁ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅସୁସ୍ଥ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ସଜ ହେଉଛି ବିଜେପି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

ସରିଲା ସ୍ୱାମୀ ସରକାର

ଅଫିସରେ ମୋଦିଙ୍କ ସହ ଏଇ ଛୋଟ ଛୁଆ କିଏ ?

ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କଶ୍ମୀର ବିବାଦର ସମାଧାନ ଚାହୁଁଛନ୍ତି ଇମ୍ରାନ

ଲୋକସଭାରେ ପାରିତ ହେଲା ସୂଚନା ଅଧିକାର ଆଇନ ୨୦୧୯

ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

କଶ୍ମୀର ମାମଲାରେ ଟ୍ରମ୍ପଙ୍କ ବୟାନକୁ ଭାରତର ଖଣ୍ଡନ

You might also like