250Mbps ସ୍ପିଡ୍‌ର ବ୍ରଡବ୍ୟାଣ୍ଡ ସେବା ଖୋଜୁଛନ୍ତି ? ଜାଣନ୍ତୁ କିଏ ଦେଉଛି ବେଷ୍ଟ ଅଫର

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ ସବୁବେଳେ ପ୍ରାଥମିକତା ଦେଇଥାନ୍ତି ସ୍ପିଡ୍‌କୁ । ଯେଉଁ ଅଫରରେ ବେଷ୍ଟ ସ୍ପିଡ୍‌ ୟୁଜର୍ସ ସେହି ସର୍ଭିସକୁ ହିଁ ବେଶି ପସନ୍ଦ କରିଥାନ୍ତି।

ଏବେ ମାର୍କେଟରେ ଅନକ ପ୍ଲାନ୍‌ ଅଛି, ଯେଉଁଥିରେ 100Mbpsର ସ୍ପିଡ୍‌ ରହିଛି। ଏମିତି ବି ୟୁଜର୍ସ ଅଛନ୍ତି ଯେଉଁମାନେ 250Mbps ସ୍ପିଡ୍‌ ଖୋଜିଥାନ୍ତି। ଯଦି ଆପଣ 250Mbps ସ୍ପିଡ୍‌ ଖୋଜୁଥାନ୍ତି ତେବେ କେଉଁଟା ଆପଣଙ୍କ ପାଇଁ ବେଷ୍ଟ ପ୍ଲାନ ହେବ ସେ ସମ୍ପର୍କରେ ଜଣାଇବୁ।

ରିଲାଏନ୍ସ ଜିଓ ଫାଇବର 250Mbps ପ୍ଲାନ- ଜିଓ ଫାଇବର ତାର ଗୋଲ୍‌ଡ ପ୍ଲାନ୍‌ରେ 250Mbps ର ସ୍ପିଡ୍‌ ଅଫର ଦେଉଛି। ଏହି ପ୍ଲାନରେ ୫୦୦ ଜିବିର ଡାଟା ମିଳୁଛି। ଏହି ପ୍ଲାନ ସହିତ କମ୍ପାନୀ ୨୫୦ର ଅତିରିକ୍ତ ଡାଟା ମଧ୍ୟ ଦେଉଛି। ତେଣୁ ହିସାବ କଲେ ଏହି ପ୍ଲାନରେ ଆପଣଙ୍କୁ ୭୫୦ ଜିବିର ଡାଟା ଦିଆଯାଉଛି। ଏହି ପ୍ଲାନର ବେଶେଷ ସୁବିଧା ହେଉଛି, ଏହି ପ୍ଲାନରେ ୟୁଜର୍ସଙ୍କୁ ଅନ୍‌ଲିମିଟେଡ ଫ୍ରି କଲିଂ ସୁବିଧା ମିଳିପାରିବ ।

ଏହାବ୍ୟତୀତ ଏଥିରେ ମିଳୁଥିବା ଅନ୍ୟ ସୁବିଧା ସବୁ ହେଲା-ଗେମ୍‌, ହୋମ୍‌ ନେଟ୍‌ୱାର୍କ, ହୋମ ସିକ୍ୟୁରିଟି, ୱେଲକମ୍‌ ଅଫର ଏବଂ ଓଟିଟି ଆପ୍ସର ଫ୍ରି ସବ୍‌କ୍ରିପ୍‌ସନ ମଧ୍ୟ ମିଳିବ। କମ୍ପାନୀ ଏହି ପ୍ଲାନ ସହ ୟୁଜର୍ସଙ୍କୁ ଜିଓ ହୋମ୍‌ ଗେଟ୍‌ୱେ ସହ ସେଟ୍‌ଅପ୍‌ ବକ୍ସ ଅଫର ବି ଦେଉଛି। ତେବେ ଏହି ସୁବିଧା ପ୍ଲାନ୍‌ର ଆନୁଆଲ ସବ୍‌ସ୍କ୍ରିପ୍ସନ ଉପରେ ହିଁ ଦିଆଯାଉଛି ଏବଂ ଏହି ପ୍ଲାନର ମୂଲ୍ୟ ରହିଛି ୧୨୯୯ ଟଙ୍କା।

ACT ଫାଇବରର 250Mbps ପ୍ଲାନ୍‌- ACT ଫାଇବରନେଟ ୟୁଜର୍ସଙ୍କୁ 250Mbps ସ୍ପିଡ୍‌ ବାଲା ପ୍ଲାନ ଅଫର କରିଛି। ଏଥିରେ ପ୍ରଥମ ପ୍ଲାନ ୧୯୯୯ଟଙ୍କାର ରହିଛି ଯେଉଁଥିରେ ୟୁଜର୍ସଙ୍କୁ ପ୍ରତିମାସରେ ୧୦୦୦ ଡାଟା ସହ ୧୫୦୦ ଜିବି ଡାଟା ଫ୍ରି ମିଳିବ। ସେହିପରି ୨୯୯୯ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ପ୍ରତି ମାସରେ ୧୫୦୦ଜିବି ଡାଟା, ୩୯୯୯ ଟଙ୍କାର ପ୍ଲାନରେ ୨୦୦୦ଜିବି ଡାଟା ଏବଂ ୪୯୯୯ ଟଙ୍କା ପ୍ଲାନରେ ୨୫୦୦ ଜିବି ଡାଟା ଅଫର ଦେଉଛି। ସେହିପରି ୧୯୯୯ ଟଙ୍କା ପ୍ଲାନ୍‌ରେ କମ୍ପାନୀ ୟୁଜର୍ସଙ୍କୁ ନେଟଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ ଉପରେ ୧୫୦ ଟଙ୍କାର କ୍ୟାଶବ୍ୟାକ୍‌ ମଧ୍ୟ ଦେଉଛି।

ଏୟାରଟେଲର 300Mbps ପ୍ଲାନ-ଏୟାରଟେଲ୍‌ ତାର ଏକ୍ସଟ୍ରିମ୍‌ ଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ରେ ୩୦୦Mbpsର ସ୍ପିଡ୍‌ ଦେଉଛି। ଏହି କମ୍ପାନୀର ପ୍ରିମିୟମ ପ୍ଲାନରେ ୟୁଜର୍ସଙ୍କୁ ପ୍ରତିମାସରେ ୫୦୦ ଜିବି ଡାଟା ମିଳୁଛି। ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ ଲୋକଲ, ଏସ୍‌ଟିଡି କଲ୍‌ ସୁବିଧା ମଧ୍ୟ ଦିଆଯାଇଛି। ଯଦି ୟୁଜର୍ସଙ୍କୁ ୫୦୦ ଜିବି ଡାଟା କମ୍‌ ହୁଏ ତେବେ ସେ ଅଧିକ ୨୯୯ ଟଙ୍କା ଦେଇ ଏହି ପ୍ଲାନ୍‌କୁ ଅନ୍‌ଲିମିଟେଡ୍‌ ଡାଟା ପ୍ଲାନ୍‌ରେ କନ୍‌ଭର୍ଟ କରିପାରିବେ। ଏହି ପ୍ଲାନ୍‌ରେ ମିଳୁଥିବା ଅନ୍ୟସବୁ ସୁବିଧା ହେଉଛି- ଏଥିରେ ତିନିମାସ ପାଇଁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ ମିଳିବ । ତା ସହିତ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ, ଜି୫ ଏବଂ ଏୟାରଟେଲ ଏକ୍ସଟ୍ରିମ୍‌  ଆପ୍ସର ସବ୍‌ସ୍କ୍ରିପ୍‌ସନ ଫ୍ରିରେ ମିଳିପାରିବ।

 

ଆହୁରି ପଢ଼ନ୍ତୁ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଜବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

You might also like